STORYMIRROR

Bidyadhar Mantry

Inspirational

4  

Bidyadhar Mantry

Inspirational

ନିୟମରେ ବନ୍ଧା

ନିୟମରେ ବନ୍ଧା

1 min
3


ବିଚିତ୍ର ସୃଷ୍ଟି ପ୍ରାୟତଃ,ସୃଷ୍ଟିକର୍ତ୍ତାଙ୍କର
ପାଳନ ଯୋଗ୍ୟ ନିୟମ,ସହଜେ ସୃଷ୍ଟିର
ସୂର୍ଯ୍ୟଙ୍କ ଉଦୟ ଅସ୍ତ,ଅବା ଋତୁ ଚକ୍ର
ନିୟମ ପରିଧି ମଧ୍ୟେ,ନିୟମ କତ୍ତୃକ *୧*

ନିୟମରେ ବନ୍ଧା ପୁଣି ,ଏ ଜୀବ ଜଗତ
ନିୟମରେ ଆତଯାତ, ସାମାଜିକ କ୍ଷେତ୍ର
ବ୍ୟକ୍ତି,ଅଧିକାରୀ ଅବା, ସଂସ୍ଥା,ଅନୁଷ୍ଠାନ 
ନିୟମରେ ବନ୍ଧା ସର୍ବେ,ନିୟମ ଅଧିନ*୨*

ବିଦ୍ୟାର୍ଥୀ ହେଉ ବା ଗୁରୁ, ବନ୍ଧା ନିୟମରେ
ନିୟମ ବଳବତ୍ତର,ପ୍ରତ୍ୟେକ କ୍ଷେତ୍ରରେ
ଏ ମଣିଷ ଜାତି ଯେଣୁ ,ସାମାଜିକ ପ୍ରାଣୀ
ନୀତି ନିୟମ ଆଦର୍ଶ, ଘେରରେ ଚଳଣୀ *୩*

ପରମ୍ପରା ଆଧାରିତ, ସଂସ୍କାର ସଂସ୍କୃତି 
ଜୀବନ ଚଲା ପଥରେ, ନିୟମ ସମ୍ପ୍ରତି 
ଅନୁଶାସନ ର ଧାରା,ପ୍ରତ୍ୟେକ କ୍ଷେତ୍ରରେ
ପରିବାର ରୁ ଆରମ୍ଭ,କ୍ରମେ ସମାଜରେ*୪*

ଶାସନ କ୍ଷେତ୍ରରେ ପୁଣି,ଶାସକ ଆସନ
ନିୟମ ବଳୟ ମଧ୍ୟେ,ହୁଏ ନିୟନ୍ତ୍ରଣ
ଜୀବନ ଖେଳରେ ଅଛି, ଜିତା ଆଉ ହରା 
ପ୍ରତି ଖେଳର ନିୟମ, ସହଜେ ନିଆରା *୫*

ନିୟମ ଭିତରେ ରହି,ଖେଳିବା ବିଧେୟ
ଅଭିଜ୍ଞତା ଆଧାରରେ,ବିଜୟ ନିଶ୍ଚୟ 
ଜୀବନ ନିୟମ ପୁଣି,କୋଳାହଳ-ପୂର୍ଣ୍ଣ 
ଖାପ ଖୁଆଇ ଚଳିବା,ଉତ୍ତମ ଲକ୍ଷଣ*୬*

ମିଛ ଲୋଭ ମାୟା ମୋହ,ଘେରରେ ଜୀବନ
ମୁକ୍ତି ପାଇଁ ଆବଶ୍ୟକ,ନିୟମ ପାଳନ 
ଇନ୍ଦ୍ରିୟ ଦମନ ପଥେ,ନିୟମ କଠିନ
ମୋକ୍ଷ ସମ୍ଭାବନା ଯଦି ,ନିୟମ ପାଳନ*୭*

ନିୟମର କଠୋରତା,ସଦା ହିତକାରୀ
ନିୟମ ବିନା ଜୀବନ,ହିଂସ୍ର ପଶୁ ପରି
ଶୈଶବରୁ ବୃଦ୍ଧାବସ୍ଥା,ନିୟମ ଭିତରେ
ନିୟମ ବିନା ଜୀବନ, ସ୍ଵେଚ୍ଛାଚାରିତା ରେ*୮* 

ନିୟମରେ ବନ୍ଧା ଏଇ,ଦୁର୍ଲ୍ଲଭ ଜୀବନ
ମୋକ୍ଷ ପ୍ରାପ୍ତି ପଥ ପୁଣି,ନିୟମ ଅଧିନ
ଜୀବନ ମାର୍ଜିତ ଅର୍ଥେ, ନିୟମ ବିଧାନ 
ନିୟମ ଭିତରେ ରହୁ,ମଣିଷ ଜୀବନ*୯*


Rate this content
Log in

Similar oriya poem from Inspirational