STORYMIRROR

Bharatabandhu Biswal

Inspirational Others

3  

Bharatabandhu Biswal

Inspirational Others

ହିତ ବଚନ

ହିତ ବଚନ

1 min
114


ଝିଅ ଅଲୀଅଳି ହେଲୁ ଭୂଆସୁଣୀ

ଅକାଟ୍ୟ ବଚନ ସତ୍ୟ

ମଣିବୁ କୁଟୁମ୍ବ ଆପଣା ସ୍ୱଜନ

ରଖିବୁ ମାନ ମହତ ।


ପରପୁଅ ଯିଏ ଧରିଛି ତୋ ହାତ

ସିଏ ତୋର ପ୍ରାଣଧନ

ଅଜାଡି ଦେବୁ ମା ଶରଧା ମମତା

ଅନାବିଳ ସ୍ନେହପ୍ରେମ ।


ରଖି ସୁବିଶ୍ୱ।

ସ ଚଳିବୁ ସାଥିରେ

ସମର୍ପଣ ମନୋଭାବେ

ଦୁଇ ମନ ଏକ ଜୀବନ ହୋଇଲେ

ଫୁଟେ ନାହିଁ କଣ୍ଟା ପାଦେ ।


ବଜ୍ର ରଖିଥିବୁ ହାତେ ଶଙ୍ଖାଚୂଡି

ପିନ୍ଧିବୁ ମାଥେ ସିନ୍ଦୂର

ଭାଗ୍ୟାକାଶ ତୋର ହୋଇବ ଉଜ୍ଜ୍ୱଳ

ଦୂର ହେବ ଅନ୍ଧକାର ।


ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା

ଶାଶୁଙ୍କୁ ନିଜର ମାତା

କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ

ଦୁଇ କୁଳ ପାଇଁ ହିତା ।


ଅଟେ କନ୍ୟାଦାନ ଧରମ ଓ ପୁଣ୍ୟ

ଦାଇଥିଲେ ମିଳେ ଫଳ

ମନରେ କପଟ ଛନ୍ଦ ଆଚରଣେ

ଉପୁଡଇ ଚେର ମୂଳ ।


କଳ୍ପବଟ ବୃକ୍ଷ ଅଟଇ ସ°ସାର

ଫଳଛାୟା ସମନ୍ୱିତ

କଳିକାଳ ରୀତି ଅଟଇ ବିଷମ

ହୁଡିବୁନି ଝିଅ ପଥ ।


ବଚନରୁ ଭିନ୍ନ କଲେ ଆଚରଣ

ତଳକୁ ହୁଅଇ ମୁଣ୍ଡ

ହାନୀ ହୁଏ ମାନ ସ°ସାରେ ସମ୍ମାନ

ମିଳେ ନିନ୍ଦା ଅପବାଦ ।


ଲଭିଣ ସଦିଚ୍ଛା ଶୁଭ ଆଶିର୍ବାଦ

ବିକଶେ ଜୀବନ ପୁଷ୍ପ

କର୍ତ୍ତବ୍ୟ କରିଲେ ଯତ୍ନେ ସଚେତନେ

ସାଉଁଟିବୁ କୀର୍ତ୍ତି ଯଶ ।


 



Rate this content
Log in

Similar oriya poem from Inspirational