STORYMIRROR

Bharatabandhu Biswal

Tragedy Action Inspirational

4  

Bharatabandhu Biswal

Tragedy Action Inspirational

ବିଶ୍ବାସ କାନ୍ଦୁଛି ସନ୍ଦେହ ଦ୍ବାରେ

ବିଶ୍ବାସ କାନ୍ଦୁଛି ସନ୍ଦେହ ଦ୍ବାରେ

1 min
338


ପଦ୍ମ ଅପହଞ୍ଚ ଯାଏ ଘୁଞ୍ଚି ଘୁଞ୍ଚି

ମିଳେନି ସୁଲଭେ ବିଚାର ନ୍ଯାୟ

ବିଶ୍ବାସ କାନ୍ଦୁଛି ସନ୍ଦେହ ଦୁଆରେ

ଗରିବ ଆଖିରୁ ଝରଇ ଲୁହ ।

ବାନ୍ଧିଛି ଆଖିରେ ଅନ୍ଧର ପୁଟୁଳି

ଦେଖୁନାହିଁ ନ୍ଯାୟ ସତ କି ମିଛ

ତାରିଖ ଉପରେ ଗଡୁଛି ତାରିଖ

ମାଗେ ମୋହରିର ଓକିଲ ଖର୍ଚ୍ଚ ।

ବସି ନିର୍ବିକାରେ ଜବାବ ସୁଆଲ

ଶୁଣିମା ହୁଅନ୍ତି ନ୍ଯାୟ ମୂରତି 

ପାଦ ହୁଏ ବିଣ୍ଡି ଛିଣ୍ଡଇ ଚପଲ

ହୁଏ ସର୍ବସ୍ବାନ୍ତ ମହକିଲଟି ।

ଅର୍ଥରେ ବଳରେ ମିଛ ହୁଏ ସତ

ଖୋଲେ ଅଦାଲତ ରାତି ଅଧିଆ 

ବୁଲେ ବେଧଡ଼କ କରି ନରହତ୍ୟା

ଅପରାଧୀ ସତେ ଜ୍ବାଇଁ କୁଣିଆ ।

ସହି ଦୁଃଖ କଷ୍ଟ ଅତ୍ଯାଚାର କ୍ଷତି

ଗୁହାରିବ ଯଦି ନ୍ଯାୟ ନିମିତ୍ତ 

ବିଚରା ନିରୀହ ଗରିବ କଷଣ

ବଢି ହୋଇଯିବ ବହୁଗୁଣିତ ।

ହାକିମ ହୁକୁମ ହଜୁରେ ହାଜିରି

କରି ପାଲଟିବ ମୁର୍ଦ୍ଦାର ବୁଢା

ମିଳି ପାରିବନି ବିଳମ୍ବିତ ନ୍ଯାୟ

ବୋଝ ପରେ ହେବ ନଳିତା ବିଡା ।

ବ୍ରିଟିଶ ଶାସନ ଭୋଟକାଳ ନ୍ଯାୟ

ବ୍ଯବସ୍ଥାରେ ଅଛି ତ୍ରୁଟି ବହୁତ

ଚାହୁଁଅଛି ଦେଶ ସ୍ବାଧୀନ ଭାରତ

ବିଚାର ଓ ନ୍ଯାୟ ମିଳୁ ତ୍ବରିତ ।

     



Rate this content
Log in

Similar oriya poem from Tragedy