Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Tragedy Classics Inspirational

3  

Amit Bal

Tragedy Classics Inspirational

ସବୁଜିମାର ସ୍ବର

ସବୁଜିମାର ସ୍ବର

1 min
132



ଦିନେ ଦୁନିଆରେ ଧରା ପିନ୍ଧୁଥିଲା

    ସବୁଜ ରଙ୍ଗର ବାସ

ଦେଖିଦେଇ ତାକୁ ଭରି ଆସୁଥିଲା

     ସବୁରି ଓଠରେ ହସ ,


ଜୀବନ ଵୀଣାର ସ୍ଵର ସୁମଧୁର

   ବାର୍ତ୍ତା ଦେଉଥିଲା ନୀତି

ସୁଖର ସପନ ଏଇ ଜୀବନରେ

    ଆସୁଥିଲା ଦିନ ରାତି ,


ଗଛ ଲତା ପୁଣି ଫୁଲ ଫଗୁଣର

    ମିଠା ମିଠା ମାଦକତା

ଛନ୍ଦ ଭରୁଥିଲା ସବୁରି ଜୀବନେ

    ମନେ ଭରି ସରସତା ,


ଏବେ କିନ୍ତୁ ସବୁ ଉଜୁଡି ଯାଉଛି

    ଧିରେ ଧିରେ ନୀତି ଦିନ

ବିଜ୍ଞାନ କରୁଛି ଉନ୍ନତି କହିକି

    ଧରା ହେଲାଣି ଶ୍ରୀହୀନ ,


ମିଛ କୁହୁଡି ରେ ପହଁରି ପହଁରି

    ମିଛରେ ଜିଉଁଛେ ଆମେ

ସବୁଜିମା ଭରା ଦୁନିଆକୁ ସାରି

     ବିନାଶ ପଥରେ ଆମେ ,


ଆଗକୁ ଧରିତ୍ରୀ ରହିବ କି ନାହିଁ

     ଭାବିଲେ ଲାଗୁଛି ଭୟ

ଏବେରୁ ସଭିଏଁ ସଚେତ ନହେଲେ

     ସର୍ବନାଶ ନିଶ୍ଚିତ ଥୟ .....!

      


     

    



Rate this content
Log in

Similar oriya poem from Tragedy