STORYMIRROR

Prakash kumar Sahu

Abstract Tragedy

2.0  

Prakash kumar Sahu

Abstract Tragedy

ଅନ୍ତସତ୍ତ୍ଵା

ଅନ୍ତସତ୍ତ୍ଵା

1 min
479


ସେ ଏବେ ଆସନ୍ନପ୍ରସବା

ମନ ଭିତରେ ଶିହରଣ ଖେଳାଉଥିଲା

ଏହି ଅଦ୍ଭୂତପୂର୍ବ ଭାବନାଟି,

ତାର ମୁରୁକି ମୁରୁକି ହସରେ

ସ୍ୱପ୍ନ ସବୁ ବାହାରକୁ ବାହାରି ଆସୁଥିଲେ।

ବାଞ୍ଝ ଶବ୍ଦଟିକୁ କବଜା କରିନେଇ

ନିଜର ସାର୍ଥକତାକୁ ଉପଭୋଗ କରୁଥିଲା।

ସମୟ ସ୍ରୋତରେ

ସୁପ୍ତ ଉଦର,

ବଢ଼ି ବଢ଼ି ଚାଲିଲା।

ବାଦୁଆ ସ୍ବପ୍ନମାନେ ବି ବାଦ ଲଗେଇ

ଉଦର ଠାରୁ କ୍ଷୀପ୍ରବେଗରେ ବଢ଼ି

ସ୍ୱପ୍ନର ଗମ୍ବୁଜ ଛିଡ଼ା କରିଦେଲେ।

ଶରୀରରେ ଅମାପ ଯନ୍ତ୍ରଣାକୁ

ସ୍ବପ୍ନମାନେ ପ୍ରଶମିତ କରିଦେଉଥିଲେ।

ଯନ୍ତ୍ରଣା ଠାରୁ ଖୁସି ଭାରି ହୋଇଉଠୁଠିଲା।

ଶେଷାବସ୍ଥାରେ,

ଉଦର ଶୁଖି ମଉଳିଯିବ

ସ୍ବପ୍ନମାନେ ଉଦରଠାରୁ ଉପରେ ରହି

ନାଚିଉଠିବେ।

ଶେଷବସ୍ଥା ଆସିଯାଇଥିଲା

ଉଦର ଚିରିଗଲା,

ଦୁଇ ବିପରୀତ ଦିଗକୁ

ବାହାରି ଆସିଲା ନିଷ୍ପାପ ଶିଶୁଟିଏ।

ମୃତ ଶରୀରଟିଏ,

ସ୍ବପ୍ନସବୁ ଦୁଲଦାଲ ହୋଇ ଖସିପଡ଼ିଲେ।

କେତେ ସ୍ୱପ୍ନ ପଡ଼ି ମରିଗଲେ

ଆଉ କେତେ କ୍ଷତାକ୍ତ ହୋଇ ପଡ଼ି ରହିଲେ।

ଚିରା ଉଦର ଖେତେଉଥିଲା

ସ୍ବପ୍ନମାନଙ୍କୁ

ଆଉ ନିଃସନ୍ତାନ ହେବାର ଭୟ

ଖେତେଉଥିଲା

ଅଭାଗିନୀ ନାରୀଟିକୁ।

ପ୍ରକାଶ କୁମାର

ଡଗରପଡା,ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Prakash kumar Sahu

Similar oriya poem from Abstract