STORYMIRROR

Prakash kumar Sahu

Others

2  

Prakash kumar Sahu

Others

ଜାରଜ

ଜାରଜ

1 min
253




ଅନ୍ଧାର ର ଘନତ୍ୱ ବଢ଼ିବା ମାତ୍ରେ

ଶରୀରର କାମନା ର ଭୋକ,

ତ୍ୱରିତ ବେଗରେ ବଢ଼ି,

ଶାନ୍ତ ହେଇଯାଏ ନରମ ବିଛଣା ଉପରେ।

ଆଉ ଲିଭିଯାଏ,

ପ୍ରତିଟି ଶିରା ପ୍ରଶିରା ରେ

ହୁଦ ହୁଦ ହୋଇ ଜଳି ଆସୁଥିବା

ବାସନା ର ବହ୍ନି।

ଅନ୍ଧକାର ଅପସରି ଯିବା ପୂର୍ବରୁ

ନିବିଡ଼ତା ଭାଙ୍ଗିଯାଏ

ଦୁଇ ଶରୀରର।

ହେଲେ ଆରମ୍ଭ ହୁଏ ଯନ୍ତ୍ରଣା ର ରାଜପଥ

ଗୋଟିଏ ଅବକ୍ଷିପ୍ତ ,ଅସହାୟ ସୃଷ୍ଟିର।

କ୍ଷଣିକ ସୁଖରୁ ସୃଷ୍ଟି ହୁଏ

ଚିର କାଳ ଅଭିଶପ୍ତ ଜୀବନ,

ଦେହଭୋଗୀ ର ନୁହଁ;

ଦେହଭୋଗ ରୁ ସୃଷ୍ଟ ନିଷ୍ପାପ ମାଂସ ପିଣ୍ଡୁଳାର।

ସମାଜ ଆଖିରେ

ଯାହାର କେବଳ ଗୋଟିଏ ହିଁ ପରିଚୟ,

ଜାରଜ;;


ସେ....

ଖୋଜେ ବାପାର ପରିଚୟ,

ଖୋଜେ ମା'ର ମମତା,

ତାକୁ ମିଳେ କଣ???

ଜଳପୂର୍ଣ ବାଦଲ ପରି

ମେଞ୍ଚାଏ ମେଞ୍ଚାଏ ଯନ୍ତ୍ରଣାର ଜୀବନ।


ଆମ ସମାଜ ରେ

ସେମାନେ କଳଙ୍କିତ,କଳୁଷିତ

ହେଲେ ଏ କଳଙ୍କ ଲଗେଇଛି କିଏ???

ହୀରା ପରି ଚକ ଚକ କରୁଥିବା

ସମାଜ ର ଦେହଭୋଗୀ ମାନେ।



ପ୍ରକାଶ କୁମାର

ତା୧୨।୦୪।୨୦୧୯ରିଖ

ଡଗରପଡା ,ବାଲେଶ୍ୱର


Rate this content
Log in