ହରଣ ଫେଡାଣ ,ମିଶାଣ ,ଗୁଣନ
ଗଣିତର ଚାରି ସୂତ୍ର,
ଗଣିତ ପ୍ରଶ୍ନର ଉତ୍ତର ପାଇଁକି
ବିଦ୍ୟମାନ ସେ ସର୍ବତ୍ର ।
ମଣିଷ ଜୀବନେ ଗଣିତ କଷାଟି
ସଦାବେଳେ ଚାଲିଥାଏ,
ଚାରି ସୂତ୍ରଧାରା ଆବଶ୍ୟକବେଳେ
ପ୍ରୟୋଗ ସେ କରିଥାଏ ।
ସୂର୍ଯ୍ୟ ଉଦୟରୁ ଅସ୍ତ ହେବାଯାଏ
ହାଟଟିଏ ବସିଥାଏ,
ରଜନୀ ରାଣୀର କୋଳେ ଆଶ୍ରାନେଇ
ହିସାବ ସେ କରିଥାଏ ।
କେତେ ହରାଇଲା କେତେ ସେ ପାଇଲା
ଅଙ୍କଟିଏ କଷୁଥାଏ,
ଅଙ୍କ କଷୁ କଷୁ ନିଦ୍ରା ଦେବୀ କୋଳେ
ବିଶ୍ରାମ ସେ ନେଇଯାଏ ।
ମୁଦ୍ରିତ ନୟନେ ସପନ ରାଇଜେ
ସ୍ୱପ୍ନ ସୌଦାଗର ଆସେ,
ପରୀକ୍ଷାର ବେଳ ଘନେଇ ଆସୁଛି
ବସି କହେ ତାର ପାଶେ ।
କଠିନ,ସରଳ କିପରି ପରୀକ୍ଷା
ତା ଜୀବନେ ଯେ ଆସିବ,
ଚାରି ସୂତ୍ର ମଧ୍ୟୁକାହାକୁ ନେଇସେ
ପ୍ରତ୍ୟେକ ଦିନର ହିସାବକୁ ଯିଏ
ଜୀବନରେ କରିଥାଏ,
ଭୂଲ ଠିକ୍ ସବୁ ଜାଣିନେଇସିଏ
ବିଭୁଙ୍କୁ ସମର୍ପି ଦିଏ ।
ଦିନ,ଦଣ୍ଡ,ମାସ,ବରଷଆସଇ
ପରୀକ୍ଷାର ବେଳ ଆସେ,
ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ
କଲମ ଧରି ସେ ବସେ ।
ପ୍ରତ୍ୟକ ଦିନର ମୂଲ୍ୟାୟନ ଖାତା
ପୃଷ୍ଠାକୁ ଆଢେଇଦିଏ,
ଶେଷ ପରୀକ୍ଷାର ଉତ୍ତରଟି ସିଏ
ବାହାର କରିଣ ନିଏ ।
ନିଜ ଜୀବନର ସମସ୍ତ ଦାୟିତ୍ୱ
ବିଭୁଙ୍କୁ ସମର୍ପିଥାଏ,
ତଥାପି ପରୀକ୍ଷା ଦେବାପାଇଁ ପଡେ
ହାରା ଜିତା ଚାଲିଥାଏ ।
ଚାରି ସୂତ୍ରଧାରା ଜଣାଥିଲେ ମଧ୍ୟ
ଷେଷରେ ସେ ହାରିଯାଏ,
ଜୀବନ ଯୁଦ୍ଧ୍ୟରେ ହାରିଯିବାପରେ
ପରୀକ୍ଷାର ଅନ୍ତ ହୁଏ ।
ବଞ୍ଚିବା ମରିବା ସମାନ ତାପାଇଁ
ହିସାବକୁ ଘୁଣିହେଲା,
ଜୀବନ ଦୀପଟି ଲିଭିବା ବାଟକୁ
ଅପେକ୍ଷା କରି ରହିଲା ।