STORYMIRROR

Sarita Mohanty

Others

3  

Sarita Mohanty

Others

ଭୁଲୁଛି ଶପଥ

ଭୁଲୁଛି ଶପଥ

1 min
467


ଜୀବନର ଲକ୍ଷ୍ୟ ସାଧନ ପାଇଁକି

ପିଲାବେଳୁ ତତପର,

ବାପମାଆଠାରୁ ଗୁରୁଗୁରୁଜନ

ଚିନ୍ତା କରିଥାନ୍ତି ତାର ।


ଛାତ୍ର ଜୀବନରୁ ଚରିତ୍ର ଗଠନ

ଗୁରୁଜୀ ଧ୍ୟାନ ଦିଅନ୍ତି,

ସଂସ୍କାର ସଂପନ୍ନ କରିବା ପାଇଁକି

ବାପା ମା ଲାଗିଥାନ୍ତି। ।


ଶିକ୍ଷିତ ହୋଇବ ଦେଶ ରକ୍ଷାହେବ

ପ୍ରଗତି ହେବଦେଶର,

ନିଜ କର୍ତ୍ତବ୍ୟରେ ଆଗେଇଚାଲିବ

ନାମ ରଖିବ ଗାଆଁର ।


ଶିକ୍ଷିତ ହୋଇଲା ଶପଥ ବି ନେଲା

ଭୁଲିବନି କର୍ତ୍ତବ୍ୟକୁ,

ନିଜ ଜୀବନକୁ ବାଜିଲଗାଇଣ

ବଢି ଚାଲିବ ଆଗକୁ ।


ଆଗକୁ ବଢିଲା ନାମକମାଇଲା

ବିବେକକୁ ହଜାଇଲା

ଲୋଭ ,କ୍ରୋଧ କାମେ ବସିଭୁତହୋଇ

ସପଥକୁ ଭୁଲିଗଲା ।


ସୁରକ୍ଷା ଦେବାକୁ ଶପଥ କରିବି

ଭୁଲୁଛି ତା କର୍ତ୍ତବ୍ୟକୁ,

ରକ୍ଷକ ହୋଇକି ଭକ୍ଷକ ସାଜିଲେ

ଦୋଷ ବା ଦେବା କାହାକୁ ।


ଅନ୍ୟାୟ ଅନୀତି ବଢିଚାଲୁଅଛି

ପ୍ରଭୁ ମଧ୍ୟ ଦେଖୁଛନ୍ତି,

ଅନ୍ୟାୟ ବିରୁଦ୍ଧେ ସ୍ୱରଉତ୍ତୋଳନ

କେହି ଆଜି ନକରନ୍ତି।


କଥା ଦେଇ ଯିଏ କଥା ରଖେନାହିଁ

ପଶୁ ତୁଲ୍ୟ ହୋଇଥାଏ,

ଶପଥ କଥାକୁ ମନରୁପାଶୋରୀ

ମଣିଷ ସେ ଭୁଲିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍