STORYMIRROR

Sarita Mohanty

Others

3  

Sarita Mohanty

Others

ଆସିଲା ନୂଆ ଵରଷ

ଆସିଲା ନୂଆ ଵରଷ

1 min
395


ଅଠର ସରିଲା ଉଣେଇଶ ହେଲା
ଆସିଲା ନୂଆ ଵରଷ,
ନୂଆ ଯୋଜନା ବି କରାସରିଥିଲା
ମନରେ ରଖି ହରଷ ।

କିଛି ନୂଆ ନୁହେଁ ସବୁତ ପୁରୁଣା
ସଂଖ୍ୟାଟି କେବଳ ନୂଆ,
ଯେମିତି ଚାଲିଛି ଆହୁରି ଚାଲିବ
ଶୁଣି ହୋଇବେ ହାଲିଆ ।


ଯେଉଁ ବାପା ମାଆ ବୃଦ୍ଧା ଶ୍ରମେ ଛନ୍ତି
ତାଙ୍କପାଇଁ ନୂଆ କଥା,
ନୂଆବର୍ଷରେ ଯେ ପୁଅ ପାଖେ ଯିବେ
ଛାଡ଼ିଯିବ ମୁଣ୍ଡ ବ୍ୟଥା ।

ମନର ଲାଳସା ମେଣ୍ଟାଇବାପାଇଁ
ଦୁଷ୍କର୍ମକୁ ନ ଛାଡିବେ,
ଵରଷ ଶେଷରେ ଥଟ୍ଟା ମଜା କରି
କାମ ତାଙ୍କ କରିଯିବେ ।

ନିଶାନିବାରଣ କଥାକୁ ଭୁଲିବେ
ପାଳିବେ ନୂଆବରଷ,
ଶବ୍ଦ ପ୍ରଦୂଷଣ ବଢ଼ା ଇଣଦେଵେ
ମନରେ କେତେ ଉଲ୍ଲାସ ।


ଗୋଲାପ ଵଗିଚା ଖାଲି ଖାଲି ହେଵ
ନୂଆ ଵାରତା ଟି ଦେଵେ,
ପ୍ରେମୀ ଯୋଗଳୀଙ୍କ ଭେଟ ହେଉଥିବ
ପ୍ରେମ ସାକାର କରିଵେ ।


ଏମିତି ହୁଅନ୍ତା ସଂକଳ୍ପ ନିଅନ୍ତେ
ହେବ ନିଶା ମୁକ୍ତ ରାଜ୍ୟ,
କ୍ଷୁଧା ମୁକ୍ତ ଓ ଅଶିକ୍ଷା ମୁକ୍ତ କରି
ସବୁଠାରେ ହେବା ଭାଯ୍ୟ ।

ନୂଆ ଚିନ୍ତାଧାରା ନୂଆ ନୂଆକଥା
ସବୁଦିନ କରୁଥିବା,
ନୂତନ ବର୍ଷରେ ସଚେତନ ଭାବ
ମନରେ ସଦା ରଖିବା ।


Rate this content
Log in