Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarita Mohanty

Others

3  

Sarita Mohanty

Others

ସ୍ପଷ୍ଟବାଦୀ ଦର୍ପଣ

ସ୍ପଷ୍ଟବାଦୀ ଦର୍ପଣ

1 min
369


ଅସୁମାରୀ ଆଶା ସ୍ୱପ୍ନକୁ ସଜାଇ
ଆଗକୁ ବଢି ଚାଲିଲି,
ସ୍ବପ୍ନ ସବୁ ଦିନେ ଧୂଳିସାତ ହେବ
ସ୍ୱପ୍ନରେ ଭାବି ନ ଥିଲି ।


ଆଖି ଆଗେ ସ୍ୱପ୍ନ ହେଲା ଚୁରମାର
ଝରିଲା ଆଖିରୁ ଲୁହ,
ସତେକି ସାଗର ଆଖି ଦୁଇହେଲା
ଅଣାୟତ୍ତ ହେଲା କୋହ ।

ମନ ଅଗଣା ମୋ' ମରୁ ବାଲି ହେଲା
ଶୁଷ୍କ ହେଲା ମୋ ଶରୀର ।
ଘୁର୍ଣ୍ଣିଝଡ଼ ସତେ ଆସିଲା ଜୀବନେ
ଘୋଟିଲା ଅମା ଅନ୍ଧାର ।


ସବୁ ବୁଝି ମୁହିଁ ଅବୁଝା ହୋଇଲି
ପଡ଼ିଗଲି ମୁଁ ଦ୍ବନ୍ଦ୍ୱରେ ।
ନିଃସଙ୍ଗ ଜୀବନ ବଡ଼ ଦୁଃଖପୂର୍ଣ୍ଣ
ଆସିଲା କି ଜୀବନରେ ।

ଅତୀତ ସ୍ମୃତି ମୋ' ଝାପ୍ସା ଦେଖାଗଲା
ନିଜକୁ ତ ଭୁଲିଗଲି ।
ନିଜ ପରିଚୟ ନିଜେ ପାଇବାକୁ
ଦର୍ପଣକୁ ସାଥି କଲି ।

ସାଧନା ମୋହର ସମାଧି ସାଜିଛି
ଦର୍ପଣଟି ବତାଇଲା,
ସ୍ପଷ୍ଟବାଦୀ ପରା ଦର୍ପଣଟି ହୁଏ
ଉତ୍ତର ବି ମିଳିଗଲା ।

ସ୍ୱପ୍ନ ଭାଂଗିଥିଲା ଖେଳ ସରିଥିଲା
ଭ୍ରମରେ ମୁଁ ରହିଥିଲି,
ଦର୍ପଣରେ ମୁହଁ ଦର୍ଶନ କରି ମୁଁ
ନିଜ ସ୍ୱପ୍ନ ଭୁଲିଗଲି ।


Rate this content
Log in