Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sarita Mohanty

Inspirational

3  

Sarita Mohanty

Inspirational

ସମାଜ ସୁଧାର

ସମାଜ ସୁଧାର

2 mins
192


ସାମ୍ପ୍ରତିକ ସମାଜରେ ସମସ୍ୟା ଓ ତାର ସମାଧାନ......

(ସାଧବ ବୋହୁ ପ୍ରତିଯୋଗିତା ନିମନ୍ତେ)

####


ଘର,ପରିବାର, ସମାଜ ଆମର

ସମସ୍ୟା ଘେରରେ ଅଛି,

ଗଛର ମୂଳରେ ପାଣି ଢାଳି ଦେଲେ

ଛୋଟରୁ ବଡ଼ ହେଉଛି ।


ଘର ସଜାଡ଼ିଲେ ପରିବାର ପୂର୍ଣ୍ଣ

ଗାଆଁ ମଧ୍ୟ ସଜାଡ଼ିବ,

ଗାଆଁ ସୁଧାରିଲେ ସମାଜ ସୁଧାର

ଆପେ ଆପେ ହୋଇଯିବ ।


ଅମାନବିକତା ମନୁ ସଂକୀର୍ଣ୍ଣତା

ସମସ୍ୟା ବଢ଼ାଇଥାଏ,

ବୁଝି ବିଚାରିଣ କାର୍ଯ୍ୟଟି କରିଲେ

ପ୍ରମାଦ ପଡି ନ ଥାଏ ।


ନାରୀ ନିର୍ଯାତନା ସମାଜେ ଯାତନା

ହୁଏ ପୁଣି ଭୃଣ ହତ୍ୟା,

ମଣିଷ ପାଇଁକି ପରିବେଶ କ୍ଷୟେ

ଆସିଥାଏ ମହାବାତ୍ୟା ।


ବଧୂ ହତ୍ୟା ହୁଏ, ଭ୍ରୁଣ ହତ୍ୟା ହୁଏ

ହୁଏ କେତେ ଯେ ଦୁଷ୍କର୍ମ,

ଦାୟୀ ଏଠି ପୁଣି କାହାକୁ କରିବା

ମନ୍ଦ ପଡେ ତା'ର କର୍ମ ।


ନାରୀ ସାଜେ ପୁଣି ନାରୀପାଇଁ ଶତ୍ରୁ

ଭୁଲିଥାଏ ତା' ନିଜକୁ,

ନିୟମ କାନୁନ ମାନେ ନାହିଁ ସିଏ

ଜାବୁଡ଼େ ପରମ୍ପରାକୁ ।


ପ୍ରଗତି ଚାଲିଛି ଯୁଗ ବଦଳୁଛି

ବଦଳୁଛି ଢଙ୍ଗ ଢ଼ାଙ୍ଗ,

ସମସ୍ୟା ଘେରରେ ସମାଜ ରହୁଛି

ସଭିଙ୍କର ସିଏ ସାଙ୍ଗ ।


ବରଷା ଯଉଠି ଛତା ବି ସେଇଠି

ସଭିଏଁ ତ ନିରୁପାୟ,

ରକ୍ଷକ ଆଜି ତ ଭକ୍ଷକ ସାଜିଛି

ଜୀବନ ବି ବିପର୍ଯ୍ୟୟ ।


ଅଭୟାରଣ୍ୟରେ ଭୟବି ରହୁଛି

ଜୀବଜନ୍ତୁ ଭୟଭୀତ,

ଶ୍ରେଷ୍ଠଜୀଵ ଭାବେ ହୋଇ ବି ମଣିଷ

ହେଉଅଛି ଆତଙ୍କିତ ।



ଠାଏ ଠାଏ ନିଶା ଦ୍ରବ୍ୟ ବିକ୍ରିହୁଏ

ହୁଏ ପୁଣି ନିବାରଣ,

ଜଗତେ କେବଳ ଜନେ ତ ହସିବେ

କରିବ କିଏ ବାରଣ ।


ସବୁ ସମ୍ପତ୍ତିର କ୍ଷୟ ହେଉଅଛି

ନାହିଁ ତାର ପ୍ରତିକାର,

ସୁସ୍ଥ ସମାଜ ଗଠନ ହୋଇଲେ

ସୁଧାର ହେବ ଆମର ।


ଶିକ୍ଷାକ୍ଷେତ୍ର କଥା କିଏ ବା କହିବ

ପ୍ରଚେଷ୍ଟା ତ ଚାଲିଅଛି,

ତଥାପି ଜନତା ନିରକ୍ଷର ହୋଇ

ଏଣେ ତେଣେ ଭୁଲୁଅଛି ।


ସଚେତନ ବାର୍ତ୍ତା ପତିକ୍ଷେତ୍ରେ ଅଛି

ନାହିଁ କାହାର ଯତନ,

ପ୍ରତିଶୃତି ଦେଇ ଭୁଲିଯାଉଛନ୍ତି

ତଥାପି ସିଏ ମହାନ ।


ପ୍ରତିମୁହୂର୍ତ୍ତରେ ଅଶନ୍ତିର ଝଡ଼

ପୁଣି ହିଂସା ଓ ଛଳନା,

ସ୍ନେହ,ପ୍ରେମ, ପ୍ରୀତି ଖାପଛଡା ଆଜି

ସଭିଏଁ ତ ବାଟବଣା ।


ସତ୍ୟ ଧର୍ମ ନୀତି ବନ୍ଧା ପଡିଅଛି

ଅଧର୍ମ ପଥେ ପଥିକ,

ସମାଜ ସମସ୍ୟା ସୁଧାରିବ କିଏ

ସଭିଏଁ ଏଠି ଭକ୍ଷକ ।


ଜାତି ଧର୍ମ ,ଭେଦ ଭାବକୁ ଭୁଲିବା

ରଖିଥିବା ସମଭାଵ,

ସମାଜେ ଉନ୍ନତି ଆସିବ ନିଶ୍ଚିତେ

ପ୍ରଗତି ବି ଆମ ହେବ ।


ସମାଜ ସୁଧାର ଆଣିବାକୁ ହେଲେ

ଲୋଡ଼ା ଆମ ସଚେତନ,

ଯୁବପିଢି ଆମ କରିବେ ସମସ୍ତ

ସମସ୍ୟାର ସମାଧାନ ।

####

ସରିତା ମହାନ୍ତି ।

ଶିକ୍ଷୟିତ୍ରୀ ।

ବାଲେଶ୍ୱର ।

ବାଲିଆପାଳ ।

#####


Rate this content
Log in