ଆକାଶ
ଆକାଶ
ବିସ୍ତୀର୍ଣ୍ଣ ବୁକୁ ନୀଳ ରଙ୍ଗ ସହ ଧବଳ ଛାପ ଯୁକ୍ତ ତୁମ ଛାତି
କେତେ ମନ ଅଛି କିନ୍ତୁ ପାରେନି ମନଟାକୁ ବୁଝେଇ ରଖେ ପ୍ରୀତି ।
ତୁମ ହୃଦ କନ୍ଦରରେ ସ୍ଥାନ ଖୋଜି ବୁଲେ ପାରେନି କହିବି ବୋଲି
ଚାହିଁ ଭାବେ କେତେ କଣ ରୂପ ସଂଜ୍ଞା ଦେଖି ପାଶେ ସମର୍ପି ନେଲି ।
ସମସ୍ତଙ୍କୁ ସ୍ଥାନ ଦେଲ ମୋତେ ଅବା ମନା କଲ କି ଦୋଷ କଲି ମୁଁ ଜାଣି
ବିଶାଳ ଅନନ୍ତ ପୃଷ୍ଠରେ ଋତୁରାଜ ପକ୍ଷୀ ସାଜି ବିରାଜିବି ଭାବିଲି ଏଣି ।
ଲୋଭନୀୟ ତୁମ ଶରୀର କାନ୍ତି, ଚାହେଁ ତୁମ ବାହୁ ବନ୍ଧନରେ ରହେ ଆବଦ୍ଧି
ଇନ୍ଦ୍ରଧନୁ ରଙ୍ଗ ଫୁଟିବି ଆକାଶେ ସବୁକୁ ଛାଡି ଆହେ ଚନ୍ଦ୍ରମା ସିଦ୍ଧି ।
ପାରିବି ନାହିଁ ଯଦି ମନ ଛଦ୍ମ ବେଶେ ରହି ଲୁଚି
ମେଘ ଖଣ୍ଡ ତଳେ
ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ ।