ଦନାର ମାଝୀ
ଦନାର ମାଝୀ

1 min

124
ପତରରେ ସିଆଁ ମୋ ଜୀବନ ଅଟେ
ନ ଥାଏ ଡରରେ ରଣା
ସୁଖ ଦୁଃଖରେ ମୁଁ ଖୁସି ରହେ ସଦା
ମୋ ନାମ ଅଟଇ ଦନା/
ଭୋଜି ପରବରେ ଦରକାର ହୁଏ
ମୋତେ ହିଁ ଖୋଜନ୍ତି ପ୍ରାୟ
କେତେ ଭଲ ଲାଗେ ପିଲାଠୁ ବୁଢାଏଁ
ସମସ୍ତେ ଧରନ୍ତି ହାୟ/
ବଡ଼ ଦନା ହାତେ ବଡ଼ ଥାଳି କାର୍ଯ୍ୟ
ସାନ ପାଖେ ସାନ ରହି
ଗଢିଛି ବିଚାରି ମୋତେ ସେ ତିଆରି
ଦନାର ମାଝୀ ବୋଲାଇ/
ଭାବିଲେ ବିଚାରି ମୋ ନାମ ଅଟଇ
ଭଲ ପାଇଁ ଦନା ଚାହେଁ
ଯେବେ କେହି କେହି ଦଳି ଦେଇଯା'ନ୍ତି
ଭୀଷଣେ ରାଗି ମୁଁ ଯାଏ /
ଆଦର ଯେତିକି ନିରାଶ ସେତିକି
ଯିଏ ଦନା ସିଏ ଜାଣେ
ନିର୍ଜୀବ ହୋଇଲି ସଜୀବ ନୋହିଲି
ହାୟରେ ବିଧାତା ଗଣେ/