Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kusum Panda

Others

3  

Kusum Panda

Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
197



କେତେ ଭଲ କାମ କରିଲି ସଂସାରେ

କେହି ନ ଜାଣିଲା ମନ

ବାପା ମା ମୋର ଚାଲିଗଲେ ବୋଲି

ପର ଘରେ ଗଲା ଦିନ/


ଭଲ ପାଇବାର ଅଭିନୟ କରି

ହାତ ଧରି ବିଭା ହେଲା

ଚାକୁଲା ଚାକୁଲା କଥା କହି କହି

ଅଳସୁଆ ହୋଇଗଲା/


ଅଧର୍ମରେ ବୁଡି ନ ଶୁଣି କା କଥା

ପୁଜା ପାଠ ନାହିଁ କଲା

ଯେତେ ଭଲ କିଏ କହିଲେ ନ ଶୁଣି

ଜବାବ ସୁଆଲ ଦେଲା/


ଧୀରେ ଧୀରେ ଯେତେ ସାଙ୍ଗ ସାଥି ଥିଲେ

ସବୁ ଛାଡ଼ି ଚାଲିଗଲେ

ଏକୁଟିଆ ଘରେ ରହିଲା ଦେଖିଲା

କାହିଁ ସାଙ୍ଗ ସବୁ ଗଲେ/


ମନରେ ଆସିଲା ନୂଆ ଭାବ ଜ୍ୟୋତି

ଭାବନାରେ ଗଲା ବୁଡି

ଆଲୋକ ଦେଖିଲା ସୂର୍ଯ୍ୟର ବଳରେ

ପ୍ରାୟଶ୍ଚିତ ହେଲା ଗଡ଼ି/


ସୁନ୍ଦର ଦୁନିଆଁ ସ୍ୱାର୍ଥର ବଳୟ

ପାଶେ ଯିଏ ଅଛି ସିଏ

ମୁଁ ହେଲି ତୁମର ପ୍ରୀତିର ପରିଧି

ତୁମେ ହେଲ ମୋର ପ୍ରିୟେ/






Rate this content
Log in