ଅମାବାସ୍ୟା
ଅମାବାସ୍ୟା


ଅମାବାସ୍ୟା ରାତି
ବିସ୍ତୀର୍ଣ୍ଣ ଜଙ୍ଗଲ
ଚତୁର୍ଦ୍ଦିଗ ନିସ୍ତବ୍ଧ
ପାଣିର କଳ କଳ ନାଦ
ଶୀତ ରାତି
କାକରରେ ଭିଜା ଧରଣୀ
ପଣତ କାନି ଘୋଡେ଼ଇ ରଖି
ସାଜିଛି ଏକ ନିରୁପାୟ ପ୍ରତିମା ଢାଙ୍କି
ରାତ୍ରିର ଦୃଶ୍ୟ ଅତ୍ୟନ୍ତ ଘନ ଘୋଟ
କେତେ କେତେ ଆଶା ଆଗକୁ
ହେଲେ ଭୟ ସେତେ ଅଧିକ
କାହିକି ମୁଁ ଆସିଲି ସାଜି ଏକ ଅନନ୍ୟ ହୋଇ
କିଏ ଅଛି ମୋର ଚାରିଦିଗେ
ଚିତ୍କାର ଶୁଣି ମନ ହେଉଥିଲା
ଫେରି ଯିବାକୁ
ହେଲେ କିଏ
କାହାର ସୃଷ୍ଟି
କୋକୁଆ ଭୟ
କାହାର ଏହି ଶବ୍ଦ
ମନ ଅଥୟ ହୋଇ ଉଠିଲା,
ସାଙ୍କେତିକ ଭାବ
ସୁର ତାଳର ବେଦ ଝଙ୍କାର
ଅମା ଅନ୍ଧକାରେ ପୁଣି
ଏତେ ରହସ୍ୟ ଏଠାରେ
ଏତେ ରାତିରେ
ନା ନା
କିଏ ପୁଣି
ଶବ୍ଦର ପୁନଃ ବିସ୍ତାର
ତୁମେ କାହାର ସ୍ୱର
ତୁମ ଅତୀତ
ନା ନା,
ହଁ ଆଜି ଅମାବାସ୍ୟା
ଓଃ ଭୁଲିଗଲି, କାହିଁକି
ତାହେଲେ ତୁମେ
ହଁ, ମୁଁ
ଆସିଛି
ନେଇ ଯିବାକୁ ତୁମର ହୋଇ
ଅମାବାସ୍ୟାର ସ୍ଵପ୍ନା... ॥