ବିଜନତା
ବିଜନତା


ଶୀତଳ ମନକୁ ସଂସାର ଖେଳ
ବାଜି ନାହିଁ କେବେ ଏକାକୀ ତାଳ ।
ବୟସ ବଢିଲେ ଶରୀର କମେ
ଜାଣିଥିଲି କିନ୍ତୁ ନଥିଲା ଦମେ ।
ସକାଳୁ ସଅଳ ଉଠି ଶର୍ଯ୍ୟାରୁ
ବାର ଉପବାସ କରେ ଭୋରୁ ।
ବିଜନତା ହେଲି ନଥିଲା ସାଥି
ଦେହ ଖରାପରେ ଖାଉଛି ପଥି ।
ସବୁ କିଛି ଥିଲା ବଳ ସହିତ
ଦେଖିଲି ବୟସ ଗଲା ଛାଡ଼ିତ ।
କୁଆଡେ ଯାଏ ମୁଁ ଆସେ ତତ୍କ୍ଷଣ
କେବେ ହେଲେ ନାହିଁ କାହା ଶରଣ ।
ସଂସାର ସାଗରେ ବୁଡ଼ିଲି ଯାଇ
ଦେଖିଲି ବହୁତ ପାଇଲି ନାହିଁ ।
ସବୁ ଥିଲେ ପାଶେ ବସାଇ ଥିଲି
ଏବେ ମୁହିଁ କା'ର ହୋଇ ବସିଲି ।
ନିସଙ୍ଗତା ମୁହିଁ ହୋଇଛି ଜାଣ
ବିଜନତା ମୋର ବୟସ ଗୁଣ ।
ଆଶାରେ ପହଁରି କୂଳକୁ ଯାଇ
ବିଜନତା ମୁଁହି ଦୂର କରଇ ।
ଏହି ବିଜନତା ସମୟ ପାଇଁ
ସବୁକୁ ବୁଝାଏ ଦୃଢ଼ତା ନେଇ ।