ଅଭାଗା ମଣିଷ
ଅଭାଗା ମଣିଷ
ମୁଁ ଅଭାଗା ମଣିଷଟିଏ
ମୋର ଦୁନିଆଁରେ ଅଛି କିଏ ?
ଯାହାକୁ ନିଜର, ବୋଲି ଭାବୁଥିଲି,
ପରକରି ଗଲା ସିଏ ।।
ଏଇ ସ୍ୱାର୍ଥପର ଦୁନିଆଁରେ
କିଏବା କାହାକୁ ପଚାରେ
ନିଜ ବୋଲି ଯାରେ,ସ୍ନେହ ଦେଉଥିଲି,
ସେ ଅଜଣା ରୋଗରେ ଯାଏ ।।
ସତ ମିଛ କିଛି ଜାଣେ ନାହିଁ
ରୋଜଗାର ପାଇଁ ବଳ ନାହିଁ
କେଉଁଠି ରହିବି, କହରେ କାଳିଆ,
ବୁଦ୍ଧି ଟିକେ ମୋତେ ଦେଏ ।।
ରହିବା ପାଇଁକି ବାସ ଖଣ୍ଡେ
ବଞ୍ଚିବା ପାଇଁକି ଦାନ ଗଣ୍ଡେ
କିଏ ଦେବ ମୋତେ, ଆହା କରି ସତେ,
ସେନ
େହ ମମତା କାହୁଁ ପାଏ ।।
ଯେତେ ଦିନ ଏଠି ରହିଥିବି
ତୋ ନାମ ତୁଣ୍ଡରେ ଗାଉଥିବି
ମରିବା ବେଳରେ, ତୋ ନାମକୁ ଥରେ,
ତୁଣ୍ଡେ ମୋର ଭରି ଦେବ କିଏ ।।
ସୁଖ ନାହିଁ ମୋର ଦୁଃଖ ନାହିଁ
ମରିବା ଜିଇଁବା ଲୋଡ଼ା ନାହିଁ
ଯେତେ ଶିଘ୍ର ପାରୁ, ନେଏରେ କାଳିଆ,
ଚିର ଶାନ୍ତି ଟିକେ ଦେଇ ଦେଏ ।।
ତା ଆଶ୍ରିତ ଥରେ ଯେ ଲଭାଇ
କାଳ ଦଣ୍ଡ ତାରେ ଛୁଏଁ ନାହିଁ
ଶେଷ ଜୀବନରେ, ବିନତୀ ତୋଠାରେ
ତୋ ମନ୍ଦିରେ ଦାସ କରିନେଏ ।।