STORYMIRROR

Karuna kara Ghantual

Abstract

4  

Karuna kara Ghantual

Abstract

ଅଭାଗା ମଣିଷ

ଅଭାଗା ମଣିଷ

1 min
255

ମୁଁ ଅଭାଗା ମଣିଷଟିଏ

          ମୋର ଦୁନିଆଁରେ ଅଛି କିଏ ?

ଯାହାକୁ ନିଜର, ବୋଲି ଭାବୁଥିଲି,

ପରକରି ଗଲା ସିଏ ।।

ଏଇ ସ୍ୱାର୍ଥପର ଦୁନିଆଁରେ

          କିଏବା କାହାକୁ ପଚାରେ           

ନିଜ ବୋଲି ଯାରେ,ସ୍ନେହ ଦେଉଥିଲି,

ସେ ଅଜଣା ରୋଗରେ ଯାଏ ।।

ସତ ମିଛ କିଛି ଜାଣେ ନାହିଁ

          ରୋଜଗାର ପାଇଁ ବଳ ନାହିଁ

କେଉଁଠି ରହିବି, କହରେ କାଳିଆ,

ବୁଦ୍ଧି ଟିକେ ମୋତେ  ଦେଏ ।।

ରହିବା ପାଇଁକି ବାସ ଖଣ୍ଡେ

            ବଞ୍ଚିବା ପାଇଁକି ଦାନ ଗଣ୍ଡେ

କିଏ ଦେବ ମୋତେ, ଆହା କରି ସତେ,

ସେନେହ ମମତା କାହୁଁ ପାଏ ।।

ଯେତେ ଦିନ ଏଠି ରହିଥିବି

          ତୋ ନାମ ତୁଣ୍ଡରେ ଗାଉଥିବି

ମରିବା ବେଳରେ, ତୋ ନାମକୁ ଥରେ,

ତୁଣ୍ଡେ ମୋର ଭରି ଦେବ କିଏ ।।

ସୁଖ ନାହିଁ ମୋର ଦୁଃଖ ନାହିଁ

          ମରିବା ଜିଇଁବା ଲୋଡ଼ା ନାହିଁ

ଯେତେ ଶିଘ୍ର ପାରୁ, ନେଏରେ କାଳିଆ,  

                ଚିର ଶାନ୍ତି ଟିକେ ଦେଇ ଦେଏ ।।

ତା ଆଶ୍ରିତ ଥରେ ଯେ ଲଭାଇ

                କାଳ ଦଣ୍ଡ ତାରେ ଛୁଏଁ ନାହିଁ

ଶେଷ ଜୀବନରେ, ବିନତୀ ତୋଠାରେ

                ତୋ ମନ୍ଦିରେ ଦାସ କରିନେଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract