STORYMIRROR

Karuna kara Ghantual

Tragedy

4  

Karuna kara Ghantual

Tragedy

ମୃତ୍ୟୁର କୋଳରେ

ମୃତ୍ୟୁର କୋଳରେ

1 min
222

ମୃତ୍ୟୁର କୋଳରେ    ମହାନଦୀ ନୀରେ

       ଭାସୁ ଛନ୍ତି ତିନି ଶିଶୁ

ବାପା ଚାଲିଗଲା     କରୋନା ଖାଇଲା

      ମାଆ ଗଲା ଖାସୁ ଖାସୁ

    ହାଡ଼େଇ, ଆଈ ନ ପାରଇ ଚାଲି

ସମ୍ଭାଳିବା ପାଇଁ,ଘରେ କେହି ନାହିଁ, ବୁଢୀ ମରୁଥାଇ ଭଳି ।


ପାଣି ପାଇଁ ଗଲା      ପାହାଚୁ ଖସିଲା

      ବୁଢ଼ୀ ପ୍ରାଣ ଗଲା ଚାଲି

ହାଇରେ ଦଇବ       ଏକି କଲୁ ଭାବ

      ଶିଶୁ କାନ୍ଦିଲେ ବୋବାଳି

     ସହଜେ,ଆଦିବାସୀ ଘର ଛୁଆ 

ଆଜିର ଯୁଗରେ,ଯେ ଯାହା ସ୍ୱାର୍ଥରେ,କିଏବା କରୁଛି ଆହା ।


ଜଗତ ଜନନୀ       ଦେଲେ କୃପା କିଣି

       କିଛି ହାତ ବଢ଼େଇଲେ

ଦଶ ବର୍ଷ ଛୁଆ      କୁନି ବାପା ମାଆ

       ଲାଳନ ପାଳନ କଲେ

     ଶକତି,ଦେଲେ ଜଗତର ମାତା

କୁନି କୁନି ଦୁଇ,ଛୁଆଙ୍କୁ ଖୁଆଇ,ନିଜ ପ୍ରତି ନାହିଁ ଚିନ୍ତା ।


ହାଇରେ ସେନେହ      ମମତାର କୋହ 

       କନ୍ଦାଇବ କେତେ ଦିନ

କିପରି ବଞ୍ଚିବେ        ନିସହାୟ ସର୍ବେ

       କିଏ ନିତି ଦେବ ଅନ୍ନ

    ମିଡ଼ିଆ,ଜଣାଇଲେ ସରକାରେ 

ଆଶା କ୍ଷୁଧା କାରୀ, ପଡିବାକି ଝରି,ସେହି ଏକା କହିପାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy