STORYMIRROR

Karuna kara Ghantual

Tragedy Others

3  

Karuna kara Ghantual

Tragedy Others

ଜୀବନ ଜୀବିକା

ଜୀବନ ଜୀବିକା

1 min
199

ଜୀବନ ଜୀବିକା      ସବୁ ହେଲେ ସୁଖା

       ଚଳୁନି ବେପାର ଆଉ 

ଅଦିନିଆ ଝଡ       କରେ ଲଡବଡ

       କରୋନା ସାଧଇ ଦାଉ

      ମଣିଷ,ବଞ୍ଚିବ କେମିତି କୁହ         

  ଯେଉଁ ବାଟେ ଗଲେ,ତାଲା ବନ୍ଦକଲେ,କେଉଁ ବାଟେଯିବ ଯାଅ।


କହି ହେଲା ନାହିଁ     ସହି ହେଲା ନାହିଁ 

       କୁଟୁମ୍ବ ଜଞ୍ଜାଳ କଥା

ତେଲ ଲୁଣ ପାଇଁ      ପଇସାଟେ ନାହିଁ 

  ଜଳୁଛି ଘରଣୀ ମଥା           ଜୀବନେ, ସେ କାହୁଁ ବୁଝିବା ବ୍ୟଥା

ସଂସାର ଭିତରେ,ଘର କରିଥିଲେ, ଆସେ ନିତି ମୁଣ୍ଡଚିନ୍ତା ।।


ଅକାଳ ମଡକ       ମନ ଧକଧକ

      ଦେଖି ଦୁନିଆଁ ଖବର

ନ ଖାଇଲେ ଦିନେ    ବଞ୍ଚିବ ଜୀବନେ 

     ଆଗ ପଛ ହେତୁ କର     ଜୀବନେ, ବଞ୍ଚିବାର ଆଶାଥିଲେ

ଆଗ ରୋଗ ଚିନ୍ତା,ପଛେ ପେଟ କଥା, ଶାସ୍ତ୍ର ଯା କହୁଛି ଭଲେ।।


ଜୀବନ ମରଣ      ସମସ୍ୟା ଏସନ

     ମନେ ଥରେ ଭାବି ଦେଖ

କେଉଁ ପଥେ ଗଲେ  ବଞ୍ଚିବା ଶୟଳେ

      କିଏ ସୁଖ କିଏ ଦୁଃଖ

   ସୁଜନେ,ମନ କର ନାହିଁ ଉଣା

ମନ ଦମ୍ଭ କଲେ,ସୁଖ ଆପେ ମିଳେ,ଚାଲିଯିବ ଏ କରୋନା ।

       

    

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy