STORYMIRROR

Karuna kara Ghantual

Tragedy

4  

Karuna kara Ghantual

Tragedy

କରୋନା କାହାଣୀ

କରୋନା କାହାଣୀ

1 min
144

ମଶାଣୀର ନିଆଁ        କଲାଣି ଛାନିଆଁ

       ପ୍ରତି ଦରଦେ ଅନ୍ତରେ

କାହାର ତ ଭାଇ       କାହାର ଜେଠେଇ

       ପିତା,ମାତା ସ୍ୱାମୀ ଠାରେ

     କରୋନା,ପାଖେ ନାହିଁ ଦୟା ମାୟା

ବିଶୃଙ୍ଖଳା ଦେଖି,ତା ଡାହାଣୀ ଆଖି,ପୋଡି ଜାଳିଦିଏ କାୟା ।


ମଶାଣୀର ଭୂଇଁରେ      ଆରତ କଣ୍ଠରେ 

        କାନ୍ଦିମରେ ପରିଜନ

ମାତ୍ର କୋଇଲିର       କଣ୍ଠ ସୁମଧୁର

        ମହୁଥାଏ କୋଟି ମନ

    ଏ ପାଖେ,ଦୁଃଖରେ ଜଳେ ପରାଣ

ନଦୀ ସେ ପାରିରେ,ନାଚ ଅସରରେ ଭୋଜି ଭାତେ କାର ମନ।


ଏଇତ ଦୁନିଆଁ         ଅଢେଇ ଦିନିଆଁ

      କେହି ନାହାନ୍ତି କାହାରି

ମାୟା ଜାଲେ ପଡି      ପ୍ରାଣୀ ଛାଡେ ରଡି

       ବିଗତ ସୁଖ ସୁମରି

     ବୁଝିବ,ବୁଝିବାରେ କମି ରୁହେ

ନୀତି ନିୟମକୁ,ପକାଇ ପଛକୁ, ନିଜେ ଏକ ଦୁଃଖ ପାଏ  ।


ଆପଣା ଦେହରେ       ପ୍ରମାଦ ପଡିଲେ

       ଆପେ ବୁଦ୍ଧି ଯାଏ ଶିଖି

ସେତିକି ବେଳକୁ       ଲେଡି କହୁଣିକୁ

       ଗୁଡ଼ ବହିଯାଏ ଚାଖି

   ଶେଷରେ,ପସ୍ତାଇ ବା ହୁଏ ସାର

ମୃତ୍ୟୁର କରଳ, ଦିଶେ ଜଳ ଜଳ,ପ୍ରାଣ ଯାଏ ଆରପୁର ।


କହୁଛିରେ ମନ          ନୋହି ଅଚେତନ

       ଦେଖି ଚାହିଁ ବାଟ ଚାଲ

ବିପଦ ବେଳରେ        କେ ନୁହେଁ କାହାରେ

       ନାମ ମନ୍ତ୍ର ଏକ ମୂଳ

     ସତର୍କ,ନିତି ନିୟମକୁ ମାନି

ବାଟ ଚାଲୁଥିଲେ, ନ ଝୁଣ୍ଟିବ ଭଲେ,ଏତ କରୋନା  କାହାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy