STORYMIRROR

Karuna kara Ghantual

Abstract

4  

Karuna kara Ghantual

Abstract

ସମୁଦ୍ର ଆସୁଛି ମାଡି

ସମୁଦ୍ର ଆସୁଛି ମାଡି

1 min
170

ସମୁଦ୍ର ଭିତରେ     ଲଘୁଚାପ ହେଲେ

      ରୂପ ନିଏ ଘୁର୍ଣ୍ଣି ଝଡ 

ତାକୁଳ ଗାଁଆରେ    ନୋଳିଆ ସାହିରେ

    ଭାଙ୍ଗି ଦିଏ ମେରୁ ହାଡ       ।।

ଘୁଉ ଘୁଉ ହୋଇ    ଶବଦେ ଆସଇ

     ପାହାଡି ଜୁଆର ନେଇ 

ବରଷା ବତାସି      ଏକ ସଙ୍ଗେ ଆସି 

     ଭାଙ୍ଗି ଦିଏ ନାଳ ଘାଇ     ।।

ଗରିବ ଲୋକର      ତା ଚାଳ ଛପର

     ଭାଙ୍ଗି ରୁଜ ଚୁନା କରେ 

କିଛି କାଳ ପାଇଁ      ଦୁଃଖ ଚାପ ଦେଇ

     ଚାଲି ଯାଏ ତା ବାଟରେ   ।।

ସରକାରୀ କଲା      ଅତିହିଁ ସବଳ

      ଦେଖୁଁ ଦିନ ବିତି ଯାଏ

କାର ପୁଷ ମାସ       କାର ସର୍ବନାଶ

       ବିଧାତାହିଁ ଜାଣି ଥାଏ   ।।

ପ୍ରତି ବରଷରେ       ଓଡ଼ିଶା ମାଟିରେ

      କେତେ ରୂପେ ବାତ୍ୟା ଆସେ

ରୋକିବା ପାଇଁକି      ପ୍ରଶାସନ ଆଜି 

      ଅଣ୍ଟା ଭିଡ଼ିଛି ଆବେଶେ   ।। 

ପାଣି ମାପ କାଠି      ରଖି ଦୂର ଦୃଷ୍ଟି 

     ପାଚେରୀ ନିର୍ମାଣ ହେବ

ସତେକି ଏ ଭାବ     ଜୀବନେ ଆସିବ

      ଦୁଃଖୀଜନ ଦୁଃଖ ଯିବ?   

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract