STORYMIRROR

Karuna kara Ghantual

Tragedy

3  

Karuna kara Ghantual

Tragedy

ଗୃହବନ୍ଦୀ

ଗୃହବନ୍ଦୀ

1 min
176

ହେଲି ଗୃହବନ୍ଦୀ   କରୋନା ଅବଧି

    ଚଉଦ ଦିନ ରହିବି

କାଶ ଜ୍ୱର ପାଇଁ   ମେଡ଼ିସିନ ଖାଇ

    ନିଜ ଘରେ ଭଲ ହେବି  ||


ଯେ ପ୍ରକାରେ ହେଉ  କରୋନାର ଦାଉ

    ସମ୍ଭାଳି ପାରିଲେ ହେଲା

ସହର କୋଭିଡି    ସେଣ୍ଟରକୁ ଗଲେ

    ବଞ୍ଚିବା ଲୋକଟି ମଲା  ||


ସାଧାରଣ ଟିକେ    ଅମ୍ଳଜାନ ପାଇଁ

    ମଣିଷ ଯାଉଛି ମରି 

ଗଛଟିଏ ଥିଲେ    ବଞ୍ଚାଇବା ନେଇ

    ଆଗ୍ରହ ନାହିଁ କାହାରି  ||


ଗଛଟିଏ ଥିଲେ    ହାଣୁଛି କୌଶଳେ

    ରାତ୍ରେ ଆଣୁଛି ଚୋରାଇ

କେତେ କ୍ଷତି ହେଲା  ଦୁନିଆଁର ଭଲା

    ବୁଝିବାରେ ବେଳ ନାହିଁ।  ||


ଗୃହବନ୍ଦୀ ହୋଇ    ସବୁ ଦେଖୁଛଇଁ

    ଦୁନିଆଁର ରୂପରେଖ

କାହାକୁ କହିଲେ   କେ ଶୁଣିବା ଭଲେ

    ଆପେ ତ ଗଣ୍ଡ ମୂରୁଖ  ||



Rate this content
Log in

Similar oriya poem from Tragedy