STORYMIRROR

Salila Sarangi

Tragedy

5  

Salila Sarangi

Tragedy

ମାୟାର ସଂସାର କେ ନୁହେଁ କାହାର

ମାୟାର ସଂସାର କେ ନୁହେଁ କାହାର

1 min
591

ମାୟାର ସଂସାର କେ ନୁହେଁ କାହାର

  ସଵୁ ସମ୍ପର୍କ ତ ମିଛ

ଵେଳ ବୁଡିଯିବ ଖେଳ ସରିଯିଵ

  ବାହୁଡିବେ ଆଗ ପଛ।

ମାୟାକୁ ଆବୋରି ମୋର ମୋର ବୋଲି

     ଯାହାକୁ କୁହ ନିଜର

ଗଲାବେଳେ ଧନ କୁହ କେତେ ଜଣ

 ‌ ଯିଵେ କି ସାଥେ ତୁମର।

ପିଣ୍ଡୁ ଗଲେ ପ୍ରାଣ ଅଛୁଆଁ ବୋଲିଣ

   ଛୁଇଁଵେ ନାହିଁ ଟି କେହି

ଧଳା ବସ୍ତ୍ର ଖଣ୍ଡେ ଆପାଦମସ୍ତକ

‌‌ ଢାଙ୍କି ଦେଵେ ଶବ କହି।

ଜ୍ଞାତି ପରିଜନ ଏକତ୍ର ହୋଇଣ

  ଛଅ ଖଣ୍ଡ ବାଉଁଶ ରେ

ବୋହି ନେଇ ଯିଵେ ଶ୍ମଶାନ ଘାଟକୁ

 ‌‌ ଦାହ କରିଵେ ଅଗ୍ନିରେ।

ମାଟି ଘଟ ପରା ମାଟିରେ ମିଶିଵ

  ମୁଠାଏ ପାଉଁଶ ହୋଇ

ଆତ୍ମୀୟ ସ୍ଵଜନ ପ୍ରତିପତ୍ତି ଧନ

 ଥିଵେ ଯେଝା ବାଟେ ରହି।

ଘାତ ପ୍ରତିଘାତ ସହି ଦିବାରାତ୍ର

  ଯାହା କରିଲ ସଞ୍ଚୟ

ସେ ସଞ୍ଚିତ ଦ୍ରବ୍ୟ ହେଵ ଭାଗ ଭାଗ 

  କଟୁ ସତ୍ୟ ଏ ନିଶ୍ଚୟ।

ଶୂନ୍ୟ ହସ୍ତେ ଦିନେ ଆସିଲ ସଂସାରେ

   ଯିଵ ଶୂନ୍ୟ ହସ୍ତ ହୋଇ

କୃତ କର୍ମ ସଵୁ ସଙ୍ଗତରେ ଥିଵ

  ଜଣେ କେହି ନେବେ ନାହିଁଁ।

ଜୀବନଦ୍ଦଶାରେ ଭୋଗିଵୁ ବାବୁରେ

    ଅର୍ଜିତ କରମ ଫଳ

ଅକ୍ଳେଶରେ ଭଵ ସିନ୍ଧୁ ହେଵୁ ପାରି

    ଟାଣ ଥିଲେ ଧର୍ମ ଵଳ।

ଅନିତ୍ୟ ପଛରେ କୁହ କାହିଁ ପାଇଁ

   ଧାଉଁରେ ପାଗଳ ମନ

ଵେଳ ଥାଉଁ ଥାଉଁ ସୁ କରମ କରି 

 ‌ ସଞ୍ଚୁଥା ଧରମ ଧନ।

ପଦ୍ମ ପତ୍ରେ ଜଳ ଯେହ୍ନେ ଢଳ ଢଳ

  ‌ସେପରି ସଂସାରେ ରହି

ସତ୍ୟ ଉପଲବ୍ଧି କରିଵୁ ବାବୁରେ

   ମାୟା ପରଦା ହଟାଇ।

ଜୀବନ ଯୁଦ୍ଧରେ ମହତ କାର୍ଯ୍ୟରେ

   ଯେ ପ୍ରାଣୀ ରୁହେ ନିରତ 

ଈଶ୍ୱର ସାନଧ୍ୟ ଲାଭ କରିଥାଏ

  ଜୀଵ ଚକ୍ରୁ ହୋଇ ମୁକ୍ତ।

ରାମ ନାମ ସତ୍ୟ ହରି ନାମ ସତ୍ୟ

   ‌ ଏହି ଅଳିକ ସଂସାରେ

ନ ହୋଇ ଭ୍ରମିତ ସେ ନାମକୁ ନିତ୍ୟ

  ଜପ ମାନସ ହଂସ ରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy