ଏ ମାଟିର ବୀର
ଏ ମାଟିର ବୀର
କର୍ଗିଲର ଯୋଦ୍ଧା ତୁମେ
ଏ ମାଟିର ବୀର ,
ପାକିସ୍ତାନୀ ଶତ୍ରୁ ଦେଖି
ହେଲ ଆଗଭର
ଶୋଇଥିଲେ ଭାରତୀୟ
ନିଶ୍ଚିନ୍ତ ନିଦରେ
ତୁମେ କିଂତୁ ଭାସୁଥିଲ
ରକତ ନଦୀରେ ।
ତୁମେ ଶୁଣୁ ଥିଲ ସେଠି
ଶତ୍ରୁର କ୍ରନ୍ଦନ
ଆମେ କରୁଥିଲୁ ଏଠି
ବୃଥା ଆସଫାଳନ
ମାତୃଭୂମି ବରପୁତ୍ର
ନିଅ ମୋ ପ୍ରଣାମ
କୋଟି ଭାରତୀୟ ଆଜି
କରନ୍ତି ସଲାମ ।
ସମଧିର ଅନ୍ତରାଳଉ
ଆସହେ ବାହାରି
ସ୍ମୃତିର ସଉଧ ତଳୁ
ଆସ ତୁମେ ଫେରି ।
ମାତୃଭୂମି, କୋଳେନେବ
ତୁମକୁ ଜାବୁଡ଼ି
ମାଆର ମମତା ଦେବ
ଅଜସ୍ର ଅଜାଡ଼ି ।
