STORYMIRROR

Padmini Barik

Classics

3  

Padmini Barik

Classics

ଶିଳାନ୍ୟାସ

ଶିଳାନ୍ୟାସ

1 min
36


ମର୍ଯ୍ୟାଦାପୁରୁଷ ରାମଚନ୍ଦ୍ରଙ୍କର

  ଅଯୋଧ୍ୟା ଯେ ଜନ୍ମସ୍ଥଳୀ,

ହିନ୍ଦୁଙ୍କ ଆରାଧ୍ୟ ପ୍ରଜାବତ୍ସଳ ସେ

  କେ ପାରିବ ତାଙ୍କୁ ଟାଳି।

ରାମ ଜନ୍ମଭୂମି ବାବ୍ରୀ ମସଜିଦ

   ଲାଗିଲା ବହୁ ବିବାଦ,

ରାମଭକ୍ତ ଯେତେ ଲହୁ ଲୁହାଣ ଯେ

  ମନରେ ଭରେ ବିଷାଦ।

ଚୂଡ଼ାନ୍ତ ନିଷ୍ପତ୍ତି ରାମରାଜ୍ୟେ ହେବ

   ନିର୍ମାଣ ରାମ ମନ୍ଦିର,

ଭୂମି ପୂଜାପାଇଁ ଭବ୍ୟ ଆୟୋଜନେ 

  ଆସିଲା ପାୟୋଧି ନୀର ।

ରାମଭକ୍ତ ଯେତେ ଭ୍ରମି ତୀର୍ଥ ସ୍ଥଳ 

   ଆଣିଲେ ପବିତ୍ର ମାଟି,

ଶତ ଶତ ପୟସ୍ଵିନୀ ଜଳ କୁମ୍ଭ 

   ଆସି ପହଞ୍ଚିଲା ସେଠି।

ଅଗଷ୍ଟ ମାସର ପାଞ୍ଚ ତାରିଖକୁ

  କଲେ ଶିଳାନ୍ୟାସ ଯୋଗ,

ରୂପାର ଇଟାରେ ନରେନ୍ଦ୍ର ମୋଦୀ ଯେ

   କରିଲେ ମହାସଂଯୋଗ ।

ରଙ୍ଗିନ ଆଲୋକ ଦିବ୍ୟ ରୋଷଣୀରେ

   ଚମକେ ଅଯୋଧ୍ୟା ପୁରୀ ,

ପବିତ୍ର ସେ ମାଟି ପବିତ୍ର ଏ ଜାତି

   ଜୟ ସୀତାରାମ ସ୍ମରି ।

ହିମାଳୟ ଠାରୁ କନ୍ୟାକୁମାରୀ 

   ଗାଏ ଶ୍ରୀରାମଙ୍କ ଜୟ,

ଜୟ ସୀତାରାମ ଜୟ ସୀତାରାମ

   ଡାକେ ପବନ ତନୟ ।

କେତେ ମୁନି,ଋଷି ପଣ୍ଡିତଙ୍କ ଭିଡ଼

   ଲାଗିଲା ସେହି ସ୍ଥଳରେ ,

ରାମଲୀଳା ଗାନେ ଉତ୍ସବମୁଖର 

   ସତେ ଦେବାସୁର ନରେ ।

ଇତିହାସ ଆଜି ସ୍ଵର୍ଣ୍ଣିମ ଅକ୍ଷରେ

   ଗାଏ ଶ୍ରୀରାମଙ୍କ ଜୟ,

ନର ଦେହ ଆଜି ନାରାୟଣ ରୂପୀ 

   ଭାରତ ଯେ ରାମମୟ ।

ପାଞ୍ଚଶତ ବର୍ଷ ଇତିହାସ ଆଜି

  ଲେଖିଲା ନୂଆ ଅଧ୍ୟାୟ ,

ସତ୍ୟ ଓ ଅହିଂସା ଅର୍ପଣ ,ତର୍ପଣ

   କର୍ତ୍ତବ୍ୟ ପାଳନେ ଲୟ।

ରାମଧ୍ୱନୀ ଶୁଭେ ସାରା ଭାରତରେ 

  ଆକାଶେ ଖେଳେ ବିଜୁଳି ,

ଚନ୍ଦ୍ରମା ଢାଳଇ ଶୀତଳ ଜୋଛନା 

   ସୁଗନ୍ଧିତ ରାମସ୍ଥଳୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics