କ୍ଷୁଦ୍ର କଳିକା
କ୍ଷୁଦ୍ର କଳିକା
ବାର ବରଷ ର ବାଜି ରାଉତ ମୁଁ
ବାଜି ଲଗାଏ ଜୀବନ ,
ବିଶ୍ୱାସ ଘାତକ ହୋଇ ପାରିବିନି
ଗଲେ ଯାଉ ମୋର ପ୍ରାଣ
ଗୋରା ସାହେବ ର କଳା କାରନାମା
ଫନ୍ଦଈ ଫିକର କୁ କାଟି ,
ଭାରତୀୟ ଆମେ ଶପଥ ନେଇଛୁ
ସ୍ୱାଧୀନ କରିବୁ ମାଟି
ସଂଗ୍ରାମ ଆମ ଶେଷ ହେବ ନାହିଁ
ସଂଗ୍ରାମୀ ବୀର ଜାତି ,
କଳା ମୁହଁ ନେଇ ଫେରିବ ଦିନେରେ
ବଦଳାଇ ରଣ ନୀତି
ବ୍ରାହ୍ମଣୀ ନଦୀରେ ବାଜିଆ ଜଗିଛି
ନୀଳକଣ୍ଠ ପୁର ଘାଟ ,
ଭୁବନ ଗ୍ରାମକୁ ପସାଇ ଦେବନି
ଛାଡିବିନି କେବେ ବାଟ
ବନ୍ଧୁକ ତୁମର ଲୁହାରେ ତିଆରି
ଲହୁରେ ଆମର ଛାତି ,
ବିନ୍ଦୁଏ ରକ୍ତ ପଡିବା ମାତ୍ରେ
ତାତିବ ଓଡ଼ିଆ ଜାତି
ଜାତିର ପୁଅ ମୁଁ ମାଟିରେ ମିଶିବି
ମାଆର ସମ୍ମାନ ପାଇଁ ,
ଗୋଟିଏ ମାଆର କୋଟିଏ ସନ୍ତାନ
ଲଢିବୁ ପରାଣ ଦେଇ
କ୍ଷୁଦ୍ର କଳିକା ମାଟିରେ ମିଶିଲା
ଦେଶର ସ୍ୱାଧୀନ ପାଇଁ ,
କୋଟି ଓଡ଼ିଆ ର ତନ୍ତ୍ରୀ ଥରିଲା
ଗୋଟିଏ ବାଜିଆ ପାଇଁ
