ସକଳ ତୀର୍ଥ ତୋ ଚରଣେ
ସକଳ ତୀର୍ଥ ତୋ ଚରଣେ
ଭକ୍ତି କାଳିଆର ସର୍ବୋପରି ଭବେ ସକଳ ତୀର୍ଥ ଚରଣେ,
ଆରାଧ୍ୟ ମୋହର ଜୀବନ ଯାତ୍ରାରେ
ପ୍ରେମ ଭକ୍ତି ହିଁ ଚରଣେ।
ସେହୁ କୃଷ୍ଣ ରାମ ଦାରୁବ୍ରହ୍ମ ପରା ପୂଜନ ବଡ଼ଦେଉଳେ,
ନୀଳଚକ୍ର ବାନା ଉଡେ ଫରଫର
ତୀର୍ଥ ଟି ତାଙ୍କରି କଳେ।
ସମୁଦ୍ର ଗର୍ଜ୍ଜନ ନ ଶୁଭେ ମନ୍ଦିରେ ଶୁଭେଟି ଭକ୍ତଙ୍କ ଡାକ।
ଭକ୍ତ ଗହଗହ ଜଗନ୍ନାଥ ରାବ୍
ଶୁଭେଟି ଜଗାର ଡାକ।
ତୀର୍ଥ ମୋର ତୁହି ହେ ନୀଳମାଧବ ଭକ୍ତ ଅରକ୍ଷିତ ମୁହିଁ,
ବିଚ୍ଛିନ୍ନାଞ୍ଚଳରେ ଜୀବନ ବ୍ୟତୀତ
ଭକ୍ତି ତୋର ତୀର୍ଥେ ଯହିଁ।
ପୂଜନ ତହର କବିତା ରଚନା ପଦେ ଧ୍ୟାନ ଦିବାରାତ୍ରି,
ଅର୍ପଣ କରିଛି ଭକ୍ତି ପ୍ରେମ ଶ୍ରଦ୍ଧା
ଆରାଧ୍ୟଙ୍କୁ ଦିନରାତ୍ରି।
ଚିନ୍ତାମୋରତୁମେ ଭକ୍ତିମୋରତୁମେ ତୀର୍ଥମୋରମହାବାହୁ,
ଭ୍ରମଣ କାହିଁକି ତୀର୍ଥକ୍ଷେତ୍ରେ ଯିବି
ଭକ୍ତିର ତୀର୍ଥ ଟି ଏହୁ।
ନାହିଁ ପ୍ରୟୋଜନ ତୀର୍ଥ ଯାତ୍ରା ପାଇଁ ଭକ୍ତିରେ ତୀର୍ଥ ସକଳ,
ଭକ୍ତିରେ ଡାକୁଛି ବିଚ୍ଛିନ୍ନାଞ୍ଚଳରୁ
ଦିଅହେ ତୀର୍ଥର ଫଳ।
ତବ ବିନୁ ନାହିଁ ଅସ୍ତିତ୍ଵ ମୋହର କୃପାସିନ୍ଧୁ କୃପା କର,
ରହୁ ଭକ୍ତି ନିତ୍ୟେ ଚରଣେ ତହର
ମୋତେ ଆଶିର୍ବାଦ କର।
ସତ୍ୟବାଟଦିଅ ରହୁ ସେବାପଥ ଦିଅ ଧର୍ମ ପଥ ମୋତେ,
ଜନତା କଲ୍ୟାଣେ ଦିଅ ଦିବ୍ୟ ଜ୍ଞାନ
ରାଷ୍ଟ୍ରର ନିର୍ମାଣେ ମୋତେ।
ମନ୍ତ୍ର ଅହିଂସାର ଗୁଞ୍ଜୁ ହୃଦୟରେ ହୃଦେଗୁଞ୍ଜୁ ରାଷ୍ଟ୍ର ଭକ୍ତି,
ମନୁଷ୍ୟ ଜୀବନ ସାର୍ଥକ କରହେ
ଦିଅ କର୍ମ ଜ୍ଞାନ ଶକ୍ତି।
ରଖିଛି ଚରଣେ ଭକ୍ତି ନିରନ୍ତର ସକଳ ତୀର୍ଥ ଚରଣେ,
ଗତି ନାହିଁ ମୋର ତହବିନୁ ଜଗା
ଜୀବନ ଯାତ୍ରା କାରଣେ।
କର ଶୁଭମୟ ଚଲାପଥ ମୋର ହୃଦେ ଗୁଞ୍ଜୁ ଜଗାଜଗା,
ଅନାଦି ଅନନ୍ତ ତୁହି ପରା ନାଥ
ବିଶ୍ବେ ଗୁଞ୍ଜେ ଜଗାଜଗା।