STORYMIRROR

Bidyadhar Mantry

Abstract Others

4  

Bidyadhar Mantry

Abstract Others

ଜୀବନର ଅର୍ଦ୍ଧ ଶତକ

ଜୀବନର ଅର୍ଦ୍ଧ ଶତକ

2 mins
400



ସବୁ କିଛି ନୂଆ ନୂଆ 

ବଦଳି ଯାଇଛି,ପୁରାତନ ଦୃଶ୍ୟ

ଜୀବନର ମୂଲ୍ୟ ବି ସେ କ୍ରମରେ

ଏବେ ଜୀବନରେ ଅର୍ଦ୍ଧ ଶତକ।


ପ୍ରତି କ୍ଷେତ୍ରରେ ପରିବର୍ତ୍ତନ

ପିଲାଦିନ ଖେଳ କୁଦ

ଯାତ୍ରା ମେଳା ଓ ଉତ୍ସବ

ଦୈନନ୍ଦିନ ଦିନଚର୍ଯ୍ୟା

ଗମନା ଗମନ ଓ ମନୋରଞ୍ଜନ

ଉନ୍ନତି କରଣ ଗାଁ ଓ ସହର ଭିତରେ।


ପାର୍ବଣ ରେ ଥିଲା ଖୁସିର ଲହରୀ

ନୂଆ ବସ୍ତ୍ର ପରିଧାନ ସହ ମେଳା ରେ ବୁଲିବା

ରାମ ଲୀଳା ,ରାବଣ ଦହନ ଦେଖା

କମ୍ ପଇସାରେ ମାଟିର ଖେଳନା

ମେଳ ହୋଇ ଯାତ୍ରା ଦେଖି ଯିବା

ଖୁସି ର ପରିବେଶ ଥିଲା ସମ୍ପୂର୍ଣ୍ଣ ନିଆରା।


କବାଡି,ବୋହୂ ଚୋରି ଖେଳ

କଣ୍ଢେଇ ର ବାହାଘର

ମିଛି ମିଛିକା ବୋହୂ ବେଶ

ପିଲାଦିନ ର ଖେଳ ଏବେ ସାତ ସପନ।


ସର୍କସ ରେ ଯୋକର

ବନ୍ୟ ଜନ୍ତୁଙ୍କ ବିଭିନ୍ନ କୌତୁକିଆ ଖେଳ

କଣ୍ଢେଇ ନାଚ,ରାମ ଦୋଳି

ମାଙ୍କଡ ନାଚ,ସାପ ଖେଳ

ଗାଁ କି ସହର,ଆଉ ଦେଖା ଯାଉନାହିଁ।


ରୋଷେଇ ଘର ବି ଘର ଅଗଣାରେ

କାଠ,ଘଷି,କୋଇଲା ଜାଳେଣୀ

ମାଟି ମାଠିଆ ରେ ପିଇବା ର ପାଣି

ଶିଳ ବଟା, ଘୋରଣା ର ଚାହିଦା

ଭୋଜନ ସାମଗ୍ରୀ ର ସ୍ଵାଦ ବି ନିଆରା।


ରେଡିଓ ରେ ଖବର ଓ ଗୀତ

ମନୋରଂଜନ ସହିତ ଚଳନ୍ତି ଘଟଣା

ପାଣି ପାଗ,ବିବରଣୀ କ୍ରିକେଟ୍ ଖେଳର

>ରେଡିଓ ପ୍ରତି ଦୁର୍ବଳତା ଥିଲା ସେହି ସମୟର।


ଗମନା ଗମନ ରେ ଅସୁବିଧା ଥିଲା

ରାସ୍ତା ଘାଟ ଥିଲା ଅସଜଡା

ଚାଲି ଚାଲି ପାଖ ପାଖ ରାସ୍ତା

ଶଗଡ଼ ,ସାଇକଲ ପ୍ରାୟ ଜଣାଶୁଣା

ରେଳ ଯାତ୍ରା ଥଲା ଆମୋଦ ଦାୟକ।


ଆଧୁନିକ ଯନ୍ତ୍ରପାତି ସହ ଉନ୍ନତି କରଣ

ରାସ୍ତାଘାଟ ରେ ମାଳ ମାଳ ଯାନ ଓ ବାହନ

ସାଇକଲ ବଦଳରେ ସ୍କୁଟି ଓ ବାଇକ୍

ମିକ୍ସର୍ ,ଫ୍ରିଜ୍,ଲୁଗା ସଫା ମେସିନ୍

ଟିଭି, ଏସି, କୁଲର୍,କମ୍ପ୍ୟୁଟର,ମୋବାଇଲ

ଜୀବନ ଯାତ୍ରା କୁ ତ୍ୱରାନ୍ୱିତ ପାଇଁ ଅବଦାନ।


ଏବେ ମୋବାଇଲ୍ ସଭିଙ୍କ ହାତରେ

ଦିନ ରାତି କେବଳ ମୋବାଇଲରେ ଧ୍ୟାନ

କିଣାବିକା କାରବାର ହୋଇଛି ସହଜ

ଏଟିମ୍ କାର୍ଡ ରେ ବ୍ୟାଙ୍କ୍ କାରବାର

ସବୁ କିଛି ଏବେ ହାତ ମୁଠା,ହାତ ପାଆନ୍ତା ରେ।


ଜୀବନର ଅର୍ଦ୍ଧ ଶତକ ଭିତରେ

ପରିବର୍ତ୍ତନ ଧାରା ପ୍ରତି କ୍ଷେତ୍ର ଓ କ୍ଷେତ୍ରରେ

ଦିନକୁ ଦିନ ନୂଆ ନୂଆ ଯନ୍ତ୍ର ବ୍ୟବହାର

କିଏ ଜାଣେ ଆଉ କି ସୁବିଧା ଅଛି ଆଗକୁ ଆଗକୁ।


ପରିବର୍ତ୍ତନ ଧାରା ରେ ଜିବନ ବଞ୍ଚିଛି

ଅର୍ଦ୍ଧ ଶତକ ଜୀବନରେ ଉନ୍ନତି ର ଧାରା

ଯନ୍ତ୍ର ଚାଳିତ ପରି ମଣିଷ ଚଳଣି

ମାନବିକତା ର ଅଭାବ ଏବେ ସମାଜ ଓ ଘରେ

ସ୍ମାର୍ଟ୍ ଫୋନ୍ ଧରି ସର୍ବେ ସ୍ମାର୍ଟ୍ ଆଉ ସ୍ମାର୍ଟ୍

ଅର୍ଦ୍ଧ ଶତକ ଜିବନ ରେ ନାହିଁ କିଛି ବି ଉଚ୍ଚାଟ।


Rate this content
Log in

Similar oriya poem from Abstract