STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପ୍ରାର୍ଥନା

ପ୍ରାର୍ଥନା

1 min
51

       


       


ପ୍ରଭୁ ହେ। ଭରି ଦିଅ ଶବ୍ଦକୁ


         କବିତା ରଚି ଦିଏ ମୁଁ ତାହାକୁ !ର


ଜ୍ଞାନ ନାହିଁ ମୋର ମାତୃଭାଷାର


ଶବ୍ଦକୋଷ  ନାହିଁ ଜ୍ଞାନ ଭଣ୍ଡାର


ମାତୃଭାଷା ଶୁନ୍ୟ ଭୂମିରେ ଘର


ତଥାପି କବିତା ଭାଷାରେ ମୋର।। ପ୍ରଭୁ ହେ......... ‌(୧)


ତବ କରୁଣାରୁ ହୁଏ ସମ୍ଭବ


ରଖି ଅଛି ହୃଦେ ମୁଁ ଭକ୍ତିଭାବ


କରି କରାଅ ତୁମେ ଦାରୁବ୍ରହ୍ମ


ଅଟ  ସୃଷ୍ଟିକର୍ତ୍ତା  ପରମବ୍ରହ୍ମ।। ପ୍ରଭୁ ହେ.............(୨)


ଉତ୍କଳ ବିଚ୍ଛିନ ଭୂମି ଆମର


ବ୍ୟତୀତ ଜୀବନ ନିର୍ବାସନର


ମାତୃଭାଷା ଶିକ୍ଷା କାହିଁ ଆମର


ନାହିଁ ଶିକ୍ଷକ ସ୍କୁଲେ ଓଡ଼ିଆର।। ପ୍ରଭୁ ହେ..............(୩)


ଓଡ଼ିଆ  ବହିର  ମୁଦ୍ରଣ ନାହିଁ


ରାଜ୍ୟ ସରକାର ଧ୍ୟାନରେ କାହିଁ


କିପରି ପଢ଼ିବେ ଆମ୍ଭ ବାଳକେ


ଶିକ୍ଷା ଶୁନ୍ୟ ଭାଷା ଓଡ଼ିଆ ଲୋକେ।। ପ୍ରଭୁ ହେ....(୪)


ଶିକ୍ଷା ଜନନୀର କେବେ ମିଳିବ


ଚକାନୟନେ କି ଜଗା ଦେଖିବ


ରଚନା ପ୍ରାଥନା ତାଙ୍କରି ପାଇଁ


କହୁ ଅଛ ଶବ୍ଦ କଳାଗୋସାଇଁ।। ପ୍ରଭୁ ହେ..........(୫)


ଅଛି ବା କିଏ ଶୁଣିବ ଗୁହାରି


ଓଡ଼ିଆଙ୍କ ଧ୍ୟାନ ନାହିଁ କାହାରି


ଦେଖ ଜଗନ୍ନାଥ ଆମ୍ଭ ଦୁର୍ଦ୍ଦଶା


ତବ ଚରଣରେ ରଖିଛୁ ଆଶା।। ପ୍ରଭୁ ହେ............(୬)


ସତ୍ୟ ଧର୍ମ ଭୂମି  ବିଚ୍ଛିନ୍ନାଞ୍ଚଳ


ମାତୃଭାଷା ପାଇଁ ଜନ ବ୍ୟାକୁଳ 


ଦେଖହେ ଦୁର୍ଦ୍ଦଶା ଜଗା ଠାକୁର


ତୁମ ବିନୁ ନାହିଁ ଗତି ଆମର।। ପ୍ରଭୁ ହେ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract