STORYMIRROR

Chinmaya Kumar Nayak

Abstract

5  

Chinmaya Kumar Nayak

Abstract

ଋଣ ବୋଝ

ଋଣ ବୋଝ

1 min
498

ରୁଣଗ୍ରସ୍ତ ଏ ଜୀବନ

ଭରା ଭରା ଦିଶିଲେବି

ଶୂନ୍ୟତାର ନିତ୍ୟ ଆବିର୍ଭାବ

କିସ୍ତିରେ କିସ୍ତିରେ ଚାଲେ

ସୁଖ ଦଃଖ ଖେଳ

ସବୁ ଥାଇ ନଥିବାର କୋହ ।।


କାହିଁ କେଉଁ ଯୁଗରୁ

ଗଡ଼ି ଆସେ ସୁଧ ପରେ ସୁଧ

ଚକ୍ରବର୍ତ୍ତୀ ଆବର୍ତ୍ତେ ଜୀବନ

ବନ୍ଧା ପଡ଼ିଛି ମୋ

କୁକର୍ମ ସୁକର୍ମ ଯେତେ

ସାହୁକାର କରେ ହୀନିମାନ ।।


କ୍ରୀତଦାସ ହୋଇ ବି ମୁଁ

ସ୍ବପ୍ନ ଦେଖେ ରାଜଗାଦି ପାଇଁ

ସାହୁକାର ପରେ ହୋଇ ବୀତସ୍ପୃହ

ସ୍ବପ୍ନ ଯେବେ ଭାଙ୍ଗିଯାଏ

ଦୁର୍ଭାଗ୍ୟର ଦ୍ୱାହି ଦେଇ

ନିଦ୍ରା ଭାଙ୍ଗେ ଛିଣ୍ଡା କନ୍ଥା ପରେ ।।


ହିମାଳୟ ସମ ଏ ସମୂଳ ସୁଧର ବୋଝ

ସୁଝିବାକୁ ଶକ୍ତି ନାହିଁ ମୋର

ସାହୁକାରେ ପଶିବି ଶରଣ

ବିସର୍ଜିବି ନିରର୍ଥ କାମନା

ନିର୍ଦ୍ଦେଶିତ ପଥେ କରିବି ଗମନ

ସୁଧ ମୂଳ କରି ସବୁ ହିସାବ ଯେତେକ

ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ 

ଶେଷରେ ମୋ ଜୁଇ ଶେଯ ପରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract