STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କୁହୁଡ଼ିର ମାୟା

କୁହୁଡ଼ିର ମାୟା

1 min
188

ସେ ଥାଇ ନଥିଲା ଭଳି

ଓ ନ ଥାଇ ଥିଲା ଭଳି

କୁହୁଡ଼ିର ମାୟା ଭିତରେ

ମୁଁ ମିଛରେ ହାତ ବାଡ଼େଇ

ପହଁରି ଚାଲିଥାଏ

କିଛି ପାଇବାକୁ

କିଛି ହାସଲ କରିବାକୁ

ନିଜ ଅଧିକାରର ଦ୍ୱାହିରେ

ବିଞ୍ଚି ଚାଲେ ମେଞ୍ଚା ମେଞ୍ଚା

ଅଭିମାନର ମଞ୍ଜି। 

ଉଦୟ ସୂର୍ଯ୍ୟର ଗାଢ଼ତାରେ

ଲିଭେ ଯେବେ କୁହୁଡ଼ିର ଘନ ଆସ୍ତରଣ

ଆଖି ପତାରେ ଲାଖି ରହିଥାଏ

ଭଙ୍ଗା ସ୍ୱପ୍ନର ବୁନ୍ଦାବୁନ୍ଦା ଝାଳ

ପାଦରେ ଲାଗିଥାଏ 

ବିବଶତାର ବହଳ ବହଳ ଧୂଳି

ପତରଠାରୁ ପଥର ପର୍ଯ୍ୟନ୍ତ

ସବୁ କିଛି ଆବୃତ୍ତ 

ମାୟାର ସମ୍ମୋହିନୀ କାକର ବୁନ୍ଦାରେ

ଏପଟେ ଥରି ଉଠୁଥିବା ଦେହ ପାଇଁ

ଅସହ୍ୟ ହୋଇଉଠେ

ଅକସ୍ମାତ ଚିକ ଚିକ ଖରା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract