STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ନାରୀ ଟିଏ

ନାରୀ ଟିଏ

1 min
178

ଦୂର୍ବଳା ଅବଳା ନୁହେଁ ନାରୀଟିଏ

ଚଢି ପାରେ ସିଏ ଶୃଙ୍ଗ

ଡେଣା ଝାଡି ଝାଡି ଆକାଶରେ ଉଡେ

ଭେଦିପାରେ ସାଗର ଗର୍ଭ ।


ସ୍ନେହ ମମତାର ବାତ୍ସଲ୍ୟ ମମତା

ହୃଦେ ପ୍ରବାହିତ ଥାଏ

ପିଲାଛୁଆ ସହ ଘର ପରିବାର

ଅକ୍ଳେଶେ ସମ୍ଭାଳି ନିଏ ।


ଶିକ୍ଷା ସଂସ୍କାର ଓ ଚିକିତ୍ସା ବିଜ୍ଞାନେ

ସବୁଠି ଆଗରେ ଥାଏ

ନିଷ୍ପେସିତ ନୁହେଁ ନାରୀଟିଏ କେବେ

ସେତ ସ୍ନେହ ନିର୍ଝରିଣୀ ଟିଏ ।


ନାରୀଠାରୁ ସୃଷ୍ଟି ଆରମ୍ଭ ହୋଇଛି

ନାରୀ ଠାରେ ହୁଏ ଶେଷ

ନାରୀ ସ୍ୱାଭିମାନ କ୍ଷୁର୍ଣ୍ଣ କରନାହିଁ

ସୃଷ୍ଟି କରନାହିଁ ଧ୍ୱଂସ ।


Rate this content
Log in

Similar oriya poem from Abstract