STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମେଘ ସବାରୀ

ମେଘ ସବାରୀ

1 min
210

ନା ମେଘ ଆସେ ଆଗ ଭଳି 

ପ୍ରେମୀଙ୍କର ଛାତି ଦୁଲୁକାଇ,

ନା ସବାରି ଆସେ ଆଗ ଭଳି 

ଗାଁ ଧୂଳି ଦାଣ୍ଡ ଚମକାଇ। 


ଆଜି କାଲି ମୌସୁମୀ ଆସେନା 

ଲଘୁଚାପ ନହେଲେ ସାଗରେ,

ଏବେ ଏବେ କୌତୁହଳ ପାଇଁ 

ସବାରୀ ଚାଲେ ସହର ମଝିରେ। 


ମେଘର ଫୁଲେଇ ପଣରେ 

ଆଜି ଏଠି ଦିଶେ ଯାହା ତୁଛା ଅଭିମାନ,

ସବାରୀ ବି ଚାଲେ କିନ୍ତୁ 

ନାହିଁ ସେ ଉଛୁଳା ଉଲ୍ଲାସର ଭରା ଯୌବନ। 


ଆସିଲେ ବି ମେଘ କେବେ 

ଭିଜିବାକୁ ବେଳ କା ପାଖରେ,

ସବାରୀ ବି ଯାଇଛି ଥକି 

ଧାଉଁଥିବା ଦୁନିଆର ପ୍ରତିଯୋଗିତାରେ। 


ତଥାପି ମରିନି ମେଘ 

ଆତଙ୍କି ନିଦାଘର ନିଦା ପାହାରରେ,

ସବାରୀ ସଜେଇ ହୁଏ 

ଲୁଚି ଲୁଚି କେବେ କେଉଁ ବେଳ ଅବେଳରେ। 


ଆଉ ମୁଁ ବିଚରା କବିଟିଏ ବୋଲି 

ଲେଖି ବସେ ସାଧା କାଗଜରେ,

ମେଘରେ ସବାର ହୋଇ 

ଉଡ଼ି ବୁଲେ ଅପହଞ୍ଚ ଦୂର ଆକାଶରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract