STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ନୂଆ ଟ୍ରେଣ୍ଡରେ ଗଣେଶ

ନୂଆ ଟ୍ରେଣ୍ଡରେ ଗଣେଶ

1 min
213


ଡିଜେ ଵାଲା ବାବୁ ଗୀତ ଶୁଣିବାକୁ 

ଗଜାନନ ପ୍ରଭୁ ଆସିଲେଣି

ପୂଜା ମଣ୍ଡପରେ ଉତ୍ସବ ଲାଗିଛି 

ଗହଳି ଚହଳି ଲାଗିଲାଣି ।।


କାହା ମୂର୍ତ୍ତି ବଡ଼ କାହାର ତୋରଣ 

ସାଜସଜ୍ଜା ହେବ ଉତ୍କୃଷ୍ଟ

ସେଥିପାଇଁ ସର୍ବେ ପ୍ରତିଯୋଗିତାରେ 

ସଦା ରହିଛନ୍ତି ଚେଷ୍ଟିତ।।


ଆଧୁନିକ ଯୁଗ, ଆଧୁନିକ ଭକ୍ତ 

ଭଗବାନ ମଧ୍ୟ ଆଧୁନିକ

ନୂଆ ଟ୍ରେଣ୍ଡର ଜିନ୍ସ ସାର୍ଟ ପିନ୍ଧି 

ଆସିଲେଣି ସାଥେ ମୂଷିକ।।


ଡିଜେ ନ ବାଜିଲେ ପୂଜାର ମାହୋଲ 

ଜମେ ନାହିଁ ଏଠି ଆଜି

ଲାଗୁଛି ସତେକି ଗଣନାଥ ଜନ-

ଗଣ ସାଥେ ଗଲେ ମଜି।।


ବିଳମ୍ବିତ ରାତି ପର୍ଯ୍ୟନ୍ତ ନହେଲେ 

ରଙ୍ଗାରଙ୍ଗ ମେଲୋଡି

ପୂଜା ହୁଏ ନାହିଁ ସମ୍ପୂର୍ଣ ତା ବିନା 

ରଙ୍ଗ ସତେ ଯାଏ କି ଉଡି।।


କୈଳାସ ପର୍ବତେ ଏପରି ଉତ୍ସବ 

ଗଣେଶ ନ ଥିବେ ଦେଖି

ଧାଇଁ ଆସିଛନ୍ତି ଭକତ ଡାକରେ 

ମର୍ତ୍ୟର ଏ ପୂଜା ଦେଖି।।


ସତେ କଣ ପ୍ରଭୁ ଆସୁଛ ଧରାକୁ 

ଗଣେଶ ଚତୁର୍ଥୀ ବେଳେ

ଭକତ ତୁମରି ଡାକୁଛନ୍ତି ବୋଧେ 

ଭକତି ଭାବ ବିହ୍ଵଳେ।।


ଯାହାହେଉ ପଛେ ସିଦ୍ଧି ବୁଦ୍ଧି ଦାତା 

ସତେ ଯେବେ ଦେଖୁଥାଅ

ପଥହୁଡା ମଣିଷର ମସ୍ତିଷ୍କରେ 

ଶୁଭ ବୁଦ୍ଧି ଦେଇ ଯାଅ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract