STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଗାନ୍ଧୀ ତୁମ ପରେ

ଗାନ୍ଧୀ ତୁମ ପରେ

1 min
258

ଗାନ୍ଧୀ ତୁମ ପରେ ଭାରତ ମାଟିରେ

ଏଠି ସେଠି ଖାଲି ରକ୍ତ ଛିଟା,

ଅହିଂସା ଓ ସତ୍ୟ ମୁଖେ ଦେଇ ହାତ

ଭୁଲିଲେଣି ନିଜ ପରାକାଷ୍ଠା। 


ତୁମ ସତ୍ୟାଗ୍ରହ ଆନ୍ଦୋଳନ ଆଜି

ରାଜନୀତି ପାଇଁ ସାଜେ ଅସ୍ତ୍ର

ଖଦଡ଼ ଖାଉଛି ଖତ ଏବେ ସିନା

ଅରଟ କାଟୁଛି ଝୀନ ବସ୍ତ୍ର। 


ତୁମ ସେ ଚଷମା ସ୍ୱଚ୍ଛ ଭାରତର 

ସାଜିଛି ପ୍ରତୀକ ମିଛଟାରେ,

ଦେଶର ପ୍ରଗତି ବିଜ୍ଞାପନ ଭଳି

ପ୍ରଦର୍ଶିତ ହୁଏ ମୁକ୍ତାମ୍ବରେ। 


ନୋଟରେ ଫଟୋରେ ଛାପି ଦେଲାପରେ

ଆସ୍ୱସ୍ତିରେ ଦେଶ ତୃପ୍ତ ହୁଏ

ତୁମ ନୀତି ଆଜି ଇତିହାସ ହୋଇ

ପୁସ୍ତକରେ ଯାହା ଶୋଭାପାଏ। 


ରାମରାଜ୍ୟ ନାମେ ହେଉଛି ସ୍ଥାପିତ

ରାବଣ ନିର୍ମାଣ କାରଖାନା

ସ୍ୱାର୍ଥ ପାଇଁ ଆଜି ସକଳ ଆଦର୍ଶ

ସାଜିଲାଣି ଏବେ ବିଡ଼ମ୍ବନା। 


ଜାତିପିତା ବୋଲି ପିନ୍ଧାଇ ମୁକୁଟ

କର୍ତ୍ତବ୍ୟ ପାଳନ ହୁଏ ମାତ୍ର

ଛୁଟି ଘୋଷଣା ଓ ଦୀର୍ଘ ଭାଷଣରେ

ଫିକା ହୁଏ ତୁମ ସ୍ଵନକ୍ଷତ୍ର।


ଆଉଥରେ ଦେଶ ଲୋଡ଼େ ତୁମ ଜନ୍ମ

ସୃଷ୍ଟି ପାଇଁ ଏକ ନବ ଯୁଗ

ନକଲି ସ୍ଵାଧୀନ ଶୃଙ୍ଖଳକୁ ଭାଙ୍ଗି

ଖୋଲିଦେବା ପାଇଁ ବଦ୍ଧ ଦିଗ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract