STORYMIRROR

Santanu Bisoi

Abstract

4  

Santanu Bisoi

Abstract

ନାରୀ।

ନାରୀ।

1 min
438

ଅନାବିଳ ସ୍ନେହ ପ୍ରେମ ପରିଭାଷା

ସଦା ଦେଖେ ତୁମ ପାସେ,

ସ୍ନେହର ଅଞ୍ଜଳି ପ୍ରେମସୁଧା ଢାଳି

ଆପଣେଇଛ ଏ ନିସ୍ବେ।।


ସାତ ଜୀବନର ସାଥି ବୋଲି କହି

ଛାଡିଛ ପିତୃଆଳୟ,

ବୈବାହ ଜୀବନେ ବହିଅଛି ଝଞ୍ଜା

ବହିଛି କେତେ ମଳୟ।।


ସଂଶାର ନାଆରେ ଧର ତୁମେ ମଙ୍ଗ

ଆହୁଲା ଦିଏ ମୁଁ ମାରି,

ସୁଅ କାଟି ଚାଲେ ଜୀବନ ନଉକା

ବିପଦରୁ କରି ପାରି।।


କେବେବି କଠୋର କଟୁ କଥା କହି

ହୃଦୟ ଦେଇନ ଭାଙ୍ଗି,

ଅପାଙ୍'କ୍ତେୟ ହେୟ ଅନାଦର କରି

ଯାଇନ ତ କେବେ ରାଗି।


ବିଶାଳ ଉଦାର ହୃଦୟଟେ ରଖି

ବାରମ୍ବାର କ୍ଷମା ଦିଅ,

ମୋ' ଦୁଷ୍ଟାମୀ ଆଉ ଔଦ୍ଧତ୍ୟ ପସରା

ଦେଖି ନିର୍ମିମେଷେ ଚାହଁ।।


ତୁମ ଆଖି କୋଣ ଝରଣାର ପାଣି

ସତେ କେତେ ଲବଣାକ୍ତ,

ଧୋଇ ନିଏ କେବେ ଦ୍ରବିଭୂତ କରେ

ମୋ'ମନ, ତିକ୍ତ ବିରକ୍ତ।।


ବେଳେବେଳେ ବୁଡ଼େ ଭାବନା ସାଗରେ

ତୁମ କଥା ଚିନ୍ତା କରି,

ମୋ ଭଳି ପାଷାଣ୍ଡ କାଠ ପଥରକୁ

କିଏ ଦେଲା?ସୁନା ପରୀ।।


ଧିକ୍କାର କରେ ମୋ ପୁରୁଷ ପଣକୁ

ଅନୁତାପ ଚିତା ତଳେ,

ପୁରୁଷ କୈନ୍ଦ୍ରିକ ଏଇ ସମାଜରେ

କିମ୍ପା ନାରୀଟେ କୁହୁଁଳେ??


ନାରୀ ପୁରୁଷର ସମାନତା ଗାଇ

ଫୁଙ୍କୁଛେ ଯୋଡି ମହୁରୀ,

ବାସ୍ତବ ଜୀବନେ ଏ ଅସୁୟା ଭାବ

ରଖିଛେ କାହିଁକି ଭରି??


ଘରେ ଘରେ ନାରୀ ପରାଧୀନ ଅଟେ

ଦାଣ୍ଡେ ଘୋ' ଶବ୍ଦ ଶୁଭେ,

କୁହ ନେତା ମନ୍ତ୍ରୀ କୁହରେ ବୁର୍ଜୁୟା

ନାରୀ କି, ସ୍ୱାଧୀନ ଭବେ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract