STORYMIRROR

Santanu Bisoi

Thriller

3  

Santanu Bisoi

Thriller

ଫେରିଯା ବସନ୍ତ

ଫେରିଯା ବସନ୍ତ

1 min
203

ଫେରିଯା ବସନ୍ତ, କାହିଁକି ଆସିଛୁ

ନାନା ବର୍ଣ୍ଣି ପୁଷ୍ପ ନେଇ

ଫିକା ଫିକା ଲାଗେ ମଣିଷ ଜୀବନ

ନୂତନତ୍ଵ କିଛି ନାହିଁ।


ମହଙ୍ଗା ମାଡରେ ପେଟ ପିଠି ଜଳେ

ତୋ'ରଙ୍ଗେ ରସିବ କିଏ?

ଖାଇବା ଗଣ୍ଡାକ ଯୋଗାଡୁ ଯୋଗାଡୁ

ପ୍ରାଣବାୟୁ ଚାଲିଯାଏ।


"ଧର୍ମ ବଡ଼ପଣ୍ଡା" ହୋଲିକା ଜଳାଇ

ଧର୍ମାନ୍ଧରେ ବୁଡିରହେ,

କ୍ଷୀତି ତାପମାତ୍ରା ବଢି ବଢି ଯାଏ

ତା'କଥା ବୁଝୁଛି କିଏ ?


ୟୁକ୍ରେନ ଜଳୁଛି, ଜଳୁଛି ରୁଷିଆ

ବୋମା, କ୍ଷେପଣାସ୍ତ୍ର ଛାଡି

ଲକ୍ଷ ଜନତାର ସାହସ ତୁଟୁଛି

ଶୁଭୁଛି କାରୁଣ୍ୟ ରଡି।


ସମଦୁଖୀ ଯଦି ହୋଇ ପାରୁନାହିଁ

ଶାନ୍ତିର ବାର୍ତ୍ତା ପଠାଇ,

ସୁଖ ସ୍ୱାଚ୍ଛନ୍ଦ୍ୟରେ ବୁଡିବି କିପରି

ବସନ୍ତ ହୋଲିକୁ ନେଇ।


କେବେ ତୁ ଆସୁଛୁ ମହାମାରୀ ହୋଇ

କେବେ ନେଇ ମହଙ୍ଗାଇ

କେବେ ଡାକିଆଣୁ ବିଶ୍ବଯୁଦ୍ଧ ପୁଣି

କରାଳ ମୃତ୍ୟୁର ଛାଇ।


ସାମ୍ରାଜ୍ୟବାଦର ଲେଲିହାନ ଶିଖା

ସବୁରି ଅନ୍ତର ତଳେ,

ଧ୍ବଂସର ତାଣ୍ଡବ ଆଗମନୀ ଧ୍ୱନି

କୁହୁଳି କୁହୁଳି ଜଳେ।


ମୂଲ୍ୟହୀନ ଆଜି ବସନ୍ତ ମଳୟ

ହୋଲିର ରଙ୍ଗ ପସରା

ବାରୁଦର ଗନ୍ଧେ, ଉଷ୍ମ ରକ୍ତେ ହୋଲି

ଯୁଦ୍ଧେ ଲିପ୍ତ ଯେବେ ଧରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller