STORYMIRROR

Kalpana Satpathy

Classics Inspirational Thriller

4  

Kalpana Satpathy

Classics Inspirational Thriller

କୁହୁକ ପାହାଡ଼ ଦ୍ଵାର

କୁହୁକ ପାହାଡ଼ ଦ୍ଵାର

1 min
295

ସୃଷ୍ଟି କର୍ତ୍ତାଙ୍କର ଏ ସୃଷ୍ଟି ଆଜି ମାୟାରେ ପରିବ୍ୟାପ୍ତ

ସ୍ବପ୍ନ ର ଦିଗବଳୟ ପରି

କୁହୁକ ମାୟାଜାଲରେ ବନ୍ଦୀ ହୋଇ

ସୌନ୍ଦର୍ଯ୍ୟ ଭରା ଲାଲିମା କିରଣ କୁ ଆଲିଙ୍ଗନ କରି

ଗାଢ କଳା ରଙ୍ଗର ବାଦଲ ର ଛାଇରେ

ବିଶ୍ରାମ ନେଇ ଖୋଲି ଦେଉଛି ଯେମିତି

କୁହୁକ ପାହାଡ ଦ୍ଵାର ଦେଶକୁ ତଥାଗତ ଭାବରେ

ଉନ୍ନତ ଯୁଗରେ ଉନ୍ନତ ମାନବ ସମାଜର

ନିମ୍ମଗାମୀ ହେବାର ସମ୍ଭାବନା ନେଇ

ପଥଭ୍ରଷ୍ଟ ପଥାଚାରୀ ଟିଏ ପରି, ନିମିଷକେ

ଯେମିତି ସୃଷ୍ଟି ହେଉଛି ରକ୍ତରଞ୍ଜିତ ଇତିହାସ, 

କୁହୁକ ପାହାଡ ପରି ଦିଶୁଥିବା ସେ ଗଦା ଗଦା ଚିଜର

ପାହାଡ଼ ବୁକୁରେ ପାଦ ଥାପି ଆମେ ଆମନ୍ତ୍ର‌ଣ କରୁଛେ

ସେ ଧୂଆଁ ଳିଆ ଆସ୍ତରଣ ପଡିଥିବା ମାୟାର ପାଚେରୀ

ଯାହା ଆମ ଜୀବନକୁ ଖଣ୍ଡବିଖଣ୍ଡିତ କରି

ଧ୍ୱଂସ ର ବିପଥଗାମୀ କରିବାର ସୁଯୋଗ କୁ

ଆମନ୍ତ୍ରଣ କରି ବିଶାଳ ହୂଦୟ ର ଛାତିକୁ ପୁରା

କୁହୁକ ପାହାଡ ଦ୍ଵାର ପରି ସଜେଇ

ଅକାଳରେ ପଡ଼ି ଜୀବନର ମଧୁରତା କୁ ନଷ୍ଟ କରି

କରାୟତ ହେଉଛେ ଜୀବନ ର କଷୋଟି ପଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics