STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ମୌସୁମୀ

ମୌସୁମୀ

1 min
11


ମୌସୁମୀ ଗୋ ତୁମେ ବିଦଗ୍ଧ ତନୁ ରେ 

 ହରିଚନ୍ଦନ ର ଛିଟା l

ମଉସୁମୀ ତୁମେ ନିଦାଘ ସନ୍ତପ୍ତ 

ମୁମୂର୍ଷୁ ଶ୍ରୁତି ର ଗୀତା ll


ମଉସୁମୀ ତୁମ ପାଦ ର ପାଉଁଜି 

ବେପଥୁ ସୃଜଇ ପ୍ରାଣେ l

ମଉସୁମୀ ତୁମ ନୂପୁର ନିକ୍ଵଣ 

ଆଶା ର ମୁରୁଜ ବୁଣେ ll

ମୌସୁମୀ ଗୋ ତୁମେ ମଙ୍ଗଳ ଅଷ୍ଟକ 

ମନ୍ତ୍ର ଆଦ୍ୟ ଆଷାଢ଼ ର l

ମଉସୁମୀ ତୁମେ ପଥ ପ୍ରଦର୍ଶିକା ,

ପ୍ରିୟ ସଖୀ , ପ୍ରାବୃଟ ର ll


ମୌସୁମୀ ଗୋ ତୁମେ ବରଷା ରାଣୀ ର 

ଆଗମନୀ ଶ୍ରୁତି ପାଠ l

ମୌସୁମୀ ଗୋ ତୁମ ପଦ ଅନୁସରେ 

ମେଘ ମେଦୁର ର ଥାଟ ll


ମୌସୁମୀ ଗୋ ତୁମେ କୋଟି ସନ୍ତାପିତ 

ହୃଦୟ ବେଦିକା ପରେ l 

ଅଭିମାନିନୀ ଗୋ ବିରାଜିତ ହୁଅ 

ଆକୁଳିତ ପ୍ରାଣ ଝୁରେ ll


ମାନିନୀ ଗୋ ତୁମ ବିରହ ବେଦନା

ସହି ହେଉନି ଗୋ ଆଉ l

ଆସ ମଉସୁମୀ ଧୀରେ ଝୁମି ଝୁମି 

ଯାଉ ନିଦାଘ ର ଦାଉ ll




Rate this content
Log in

Similar oriya poem from Abstract