STORYMIRROR

LALIT MOHAN DASH

Abstract Classics Inspirational

3  

LALIT MOHAN DASH

Abstract Classics Inspirational

ଗୁଣ୍ଡିଚା ମାଆର ଦୁଃଖ

ଗୁଣ୍ଡିଚା ମାଆର ଦୁଃଖ

1 min
20


ହେ କଳା ମୋହନ,

        ମୋ କଳା କାଞ୍ଚନ, 

କାହିଁ ଯିବା ପାଇଁ ଧନ ହେଲୁ ଉଚ୍ଛନ୍ନ,

ଆସି ଥିଲୁ ଵୁଲି , ମାଉସୀ ମନ୍ଦିର 

ନ ରୁଚିଲା କିଵା ମୋର ଅବଢ଼ା ଅନ୍ନ।


ଏତେ ଶୀଘ୍ର ଆଠ ଦିନ କେମିତି ଗଲା,

ସତ କହୁଚିରେ ତୋତେ ଜାଣି ନ ହେଲା,

ଭାଇ ଭଉଣୀଙ୍କୁ,ନେଇ ଚାଲି ଗଲୁ

ତୋ ଜନମ ବେଦୀ ବାପ କରିଲୁ ଶୂନ୍ୟ।


କେତେ କୋଳାହଳ କେତେ ହେଲା କୀର୍ତ୍ତନ,

ଭକତଙ୍କ କଣ୍ଠେ ଶୁଭୁ ଥିଲା ଭଜନ,

ପୋଡ଼ ପିଠା ଖଣ୍ଡେ,ଖାଇ ଚାଲି ଗଲୁ

ଅତି ଦୁଃଖେ ସୁନା ମୋର ଯାଉଛି ଦିନ।


ହେ କଳା ମୋହନ, 

          ମୋ କଳା କାଞ୍ଚନ,

କାହିଁ ଯିବା ପାଇଁ ଧନ ହେଲୁ ଉଚ୍ଛନ୍ନ,

ଆସି ଥିଲୁ ଵୁଲି,ମାଉସୀ ମନ୍ଦିର 

ନ ରୁଚିଲା କିଵା ମୋର ଅବଢ଼ା ଅନ୍ନ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract