STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଲଗାଇବା ଗଛ ଆସ

ଲଗାଇବା ଗଛ ଆସ

1 min
22


ଈଶ୍ବରଙ୍କର ଏ ଅମୂଲ୍ୟ ସୃଷ୍ଟିରେ

ଆଖି ଦେଖୁଅଛି ଯାହା

କେହି କେବେ ନୁହେଁ ଅଲୋଡା ଅଖୋଜା

ଜୀବନ ପାଇଁ ତ ସାହା ।।


ମାଟି ପାଣି ଅବା ପବନ ସବୁତ

ପ୍ରକୃତିର ପୁଣ୍ୟ ଦାନ 

ପାହାଡ଼ ଝରଣା ସାଗର ନିନାଦ

ବୃକ୍ଷର ସଂଗୀତ ଗାନ ।।


ଶୁଣିଛ କି କେବେ କାନ ପାରି ଥରେ

ଗଛ ବୁକୁ ତଳ କଥା

ତୁମ ପାଇଁ କେତେ ସ୍ବପ୍ନ ଦେଖେ ସିଏ

ଵୁଝନାହିଁ ତା'ର ଵ୍ଯଥା‌ ।।


ଶୂନ୍ୟ ହୋଇଛି ଆମ ପାଇଁ ଆଜି

ସବୁଜ ବନାନୀ କୋଳ

ନିଷ୍ଠୁର ସାଜି ଛେଦନ କରୁଛୁ

ବୃକ୍ଷର ଡାଳ ମୂଳ ।।


ବୃକ୍ଷରାଜି ଥିଲେ ଆମ ପରିବେଶ

ଶୁଦ୍ଧ ସୁଶୀତଳ ରହେ

ତା ବିହୁନେ ରୂତୁ ବଦଳି ଯାଉଛି

ଜୀଵନ ବିପନ୍ନ ହୁଏ ।।


ବିବେକକୁ ଆମେ ଵଳି ଦେଇ ସିନା

ଜଙ୍ଗଲକୁ କରୁ ଧ୍ଵଂସ

ପରାଭଵ ତା'ର ଛାଡେନି ଆମକୁ

ଜୀବନକୁ କରେ ନାଶ ।।


ଯେଉଁ ପଵନରେ ପ୍ରାଣ ଆମ ଭରେ

ପ୍ରଦୂଷିତ ହୁଏ ତାହା

ଗଛଟିଏ ବିନା ଵଞ୍ଚିବା ପାଇଁ

ଦେବ କିଏ ସତେ ରାହା‌ ।।


ରୋଗ ଶୋକ ଦୁଃଖ ମାଡି ଆସେ ଆଜି

ତା ସାଥେ ମରୁଡି ବଢ଼ି 

ଜଳବାୟୁ ହୁଏ ପରିବର୍ତ୍ତନ‌

ତାପମାତ୍ରା ଯାଏ ଵଢି ।।


ଆଉ ସବୁ କଥା ପଛକୁ ରଖିବା

ଲଗାଇବା ଗଛ ଆସ 

ସବୁଜ ସୁନ୍ଦର କରିବା ପୃଥିବୀ

ମୁଖେ ଫୁଟାଇବା ହସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract