ରହସ୍ୟମୟ ତୁମେ
ରହସ୍ୟମୟ ତୁମେ


କେହିପାଇନାହିଁ ରହସ୍ୟ ତୁମର
ତୁମେତ ରହସ୍ୟମୟ
ଚକା ଚକା ଆଖି ଅଗସ୍ତି ଅଧର
ଭୁଜଙ୍ଗ କର୍ଣ୍ଣ ବଳୟ
କେମିତି ପିନ୍ଧିଚ ମକର କୁଣ୍ଡଳ
ହେ ନାଥ ମଙ୍ଗଳମୟ
କେହିପାଇନାହିଁ ରହସ୍ୟ ତୁମର
ତୁମେତ ରହସ୍ୟମୟ ।
ପାଦ ନାହିଁ ବୋଲି କିଏ ସେ କହିଲା
ତୁମେପରା ପଦ୍ମ ପାଦ
ସେ ପାଦରୁ ଗଙ୍ଗା ହୋଇଛି ଶମ୍ଭୁତ
କିଏ ଦେଲା ଅପବାଦ
କର ନାହିଁ ପୁଣି ଶଙ୍ଖ ଚକ୍ର ପାଣି
ଆହେ ପ୍ରଭୁ ଦୟାମୟ କେହିପାଇନାହିଁ ରହସ୍ୟ ତୁମର
ତୁମେତ ରହସ୍ୟମୟ ।
ନାସା ନାହିଁ ନାଉ ନାକେ ନାକୁଆସି
ଚନ୍ଦନ କସ୍ତୁରୀ ବାସ ଅପଲକ ନେତ୍ରେ ଦେଖୁଛ ଜଗତ
ମୁଖେ ମନ୍ଦ ମନ୍ଦ ହସ
ଗରୁଡ଼ ଆରୋହ କେମିତି କରୁଛ
ଭୁଜଙ୍ଗ ଶରୀର ଭୟ
କେହିପାଇନାହିଁ ରହସ୍ୟ ତୁମର
ତୁମେତ ରହସ୍ୟମୟ ।