STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ରହସ୍ୟମୟ ତୁମେ

ରହସ୍ୟମୟ ତୁମେ

1 min
72


କେହିପାଇନାହିଁ ରହସ୍ୟ ତୁମର 

ତୁମେତ ରହସ୍ୟମୟ 

ଚକା ଚକା ଆଖି ଅଗସ୍ତି ଅଧର 

ଭୁଜଙ୍ଗ କର୍ଣ୍ଣ ବଳୟ 

କେମିତି ପିନ୍ଧିଚ ମକର କୁଣ୍ଡଳ 

ହେ ନାଥ ମଙ୍ଗଳମୟ 

କେହିପାଇନାହିଁ ରହସ୍ୟ ତୁମର 

ତୁମେତ ରହସ୍ୟମୟ ।


ପାଦ ନାହିଁ ବୋଲି କିଏ ସେ କହିଲା 

ତୁମେପରା ପଦ୍ମ ପାଦ 

ସେ ପାଦରୁ ଗଙ୍ଗା ହୋଇଛି ଶମ୍ଭୁତ 

କିଏ ଦେଲା ଅପବାଦ 

କର ନାହିଁ ପୁଣି ଶଙ୍ଖ ଚକ୍ର ପାଣି 

ଆହେ ପ୍ରଭୁ ଦୟାମୟ କେହିପାଇନାହିଁ ରହସ୍ୟ ତୁମର 

ତୁମେତ ରହସ୍ୟମୟ ।


ନାସା ନାହିଁ ନାଉ ନାକେ ନାକୁଆସି 

ଚନ୍ଦନ କସ୍ତୁରୀ ବାସ    ଅପଲକ ନେତ୍ରେ ଦେଖୁଛ ଜଗତ 

ମୁଖେ ମନ୍ଦ ମନ୍ଦ ହସ 

ଗରୁଡ଼ ଆରୋହ କେମିତି କରୁଛ 

ଭୁଜଙ୍ଗ ଶରୀର ଭୟ 

କେହିପାଇନାହିଁ ରହସ୍ୟ ତୁମର 

ତୁମେତ ରହସ୍ୟମୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract