STORYMIRROR

SIPRA NAMTA

Abstract Others

3  

SIPRA NAMTA

Abstract Others

କିଏ ଆସୁଛି

କିଏ ଆସୁଛି

1 min
26.2K


ଏ ବିବର୍ଣ୍ଣା ପୃଥିବୀରେ ରଙ୍ଗ ବଦଳେ

ଲୋଚା କୋଚା ଚମଡାର ଭାଙ୍ଗ ମିଶେ

ପାଣ୍ଡୁର ଅଧରରେ ଗୋଲାପୀ ହସ ଉକୁଟେ

ଉଷ୍ମ ବାୟୁମଣ୍ଡଳର ଉତ୍ତାପରେ

ଶୀତଳ ସ୍ପର୍ଶଟିଏ ଲାଗେ

କାହା ଆସିବାର ପଦ ଶବ୍ଦରେ .....।


ମୋ ଅଗଣାରେ ଫୁଲର ପାଖୁଡା ମେଲେ

ପ୍ରଜାପତିର କ୍ଷୁଦ୍ର ପଙ୍ଖରେ ଉଡାଣ ଭରେ

ଭ୍ରମରର କଳ ଗୁଞ୍ଜନରେ

ପ୍ରେମର ଫୁଆରା ଛୁଟେ

ନିସ୍ତବ୍ଧ ମୁହୂର୍ତ୍ତର ଉଦାସ ପଣିଆ

କ୍ଷଣେ ହାର ମାନେ

କାହା ଆସିବାର ପଦ ଶବ୍ଦରେ ......।


ହୃଦୟର ଅଳିନ୍ଦ ନୀଳୟ ଆଲୋଡିତ ହୁଏ

ସ୍ନାୟୁ କୋଷରେ ରକ୍ତର ସଞ୍ଚାର ହୁଏ

ଅସ୍ଥିପଞ୍ଜରାରେ ଜୀବନ ପଶେ

ନେତ୍ର ପ୍ରାନ୍ତରର ମୁଦା ପଲକରେ

ଭିଜା ଭିଜା ଛବି ଲୁଚି ଲୁଚି ଆସେ

କାହା ପାଦର ନୁପୁର ଧ୍ୱନୀରେ ........।


ସଭିଙ୍କ ମନରେ ମେଞ୍ଚେ ଖୁସି ବିଞ୍ଚି ହୋଇଯାଏ

ସାଗରର ଉଦ୍ଦଣ୍ଡ ଲହରୀ ଶାନ୍ତ ପଡିଯାଏ

ଭୀତ ତ୍ରସ୍ତ ଦୁନିଆକୁ ଟିକେ ଅଭୟ ମିଳେ

ମାତୃଶକ୍ତିର ଉନ୍ମେଷରେ

କେତେ ମହିଷାର ଧ୍ୱଂସ

ଦୁଷ୍ଟ ସଂହାରଣରେ ବସୁନ୍ଧରା

ଟିକେ ହାଲକା ହେବାର ଆଶା କଁଅଳି ଉଠେ

କାହା ଉଡନ୍ତା ପଣତ କାନିରେ ........।


ପୁଲକିତ ଧରିତ୍ରୀରେ ପ୍ରତି କୋଣ ଅନୁକୋଣ

ପୁଞ୍ଜାଏ ଆଶିଷ ମିଳୁ ପଛେ କିଛି କ୍ଷଣ

ପଶୁ ,ପକ୍ଷୀ , ତରୁ ,ନର ,ମିଶାନ୍ତି ପଞ୍ଚମ ତାନ

ମମତାର ସ୍ପର୍ଶରେ ଅପସରି ଯାଉ

କେଉଁ କାଳୁ ଅଙ୍କୁରି ଉଠିଥିବା କାପୁରୁଷତା

ହୀନମନ୍ୟତାର ମାନସିକତା ଆଉ

ଅହମିକା ଭରା ନପୁଂସକ ସାମ୍ରାଜ୍ୟର

ଜୀବନର ସଂହାତରୁ

ଚିମୁଟାଏ ଅପନୋଦନ ମିଳୁ

କାହା ତ୍ରିଶୁଳ ଓ ତରବାରୀର ଭୟରେ ....।

ସିପ୍ରା ନାମତା ,ନମ୍ରତା

ବାରିପଦା


Rate this content
Log in

Similar oriya poem from Abstract