STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗରିବର ଶୀତ

ଗରିବର ଶୀତ

1 min
361


ଶୀତ କିମ୍ପା ଭାଇ ସମ୍ପନ୍ନର ପାଇଁ ଗରିବଙ୍କ ପାଇଁ ନାହିଁ?

ପିନ୍ଧି ଅଛି ଦେଖ ଗରମ ପୋଷାକ

ତଥାପି ଖୁସିରେ ନାହିଁ।


ଗରିବ ଅତ୍ୟନ୍ତ ନାହିଁ ଶୀତ ବସ୍ତ୍ର ତଥାପି ଖୁସିଟି କେତେ,

ଅଗ୍ନିର ତାପରେ ତାପି ହେଉଅଛି

ମନରେ ଆନନ୍ଦ କେତେ।


ସକାଳୁ ଉଠୁଛି ଯାଉଛି କାର୍ଯ୍ୟରେ ସାଇକେଲ ଦ୍ବାରା ଭାଇ,

କର୍ମଯୋଗୀ ହୋଇ କାର୍ଯ୍ୟ କରୁଅଛି

ଶୀତ କାହିଁ ତାର ଶୀତ ଭାଇ।


ସମ୍ପନ୍ନ ଉଠୁଛି ଦିନ ଦଶଟାରେ କେତେ ଶୀତ ତାର ଅଙ୍ଗେ,

ବସ୍ତ୍ର ସାଧାରଣ ଗରିବ ପିନ୍ଧିଛି

ନାହିଁ ଶୀତ ତାର ଅଙ୍ଗେ।


ସକାଳ ଛଅରେ ଗରିବ ଉଠୁଛି ଗୃହ ପାଳନରେ ଚିନ୍ତା,

କାର୍ଯ୍ୟ ନ କରିଲେ ଗୃହ ନ ଚଳିବ

ତାର ମାତ୍ର କାର୍ଯ୍ୟେ ଚିନ୍ତା।


ସମ୍ପନ୍ନ ଗୃହରେ ସବୁତ ସମ୍ପନ ନାହିଁ ତାର ଗୃହ ଚିନ୍ତା,

ଶୋଇ ପଡ଼ି ଅଛି ନିଶ୍ଚିନ୍ତ ହୋଇଣ

ଶୀତର ଶୀତେଇ ଚିନ୍ତା।


ଶୀତ ହେଉ ଅବା ଖରାର ତାଣ୍ଡବ ଗରିବର ଚିନ୍ତା କାହିଁ?

ପରିବାର ପାଇଁ ଚିନ୍ତାଟି ତାହାର

ଶୟନେ ଚିନ୍ତାଟି ନାହିଁ।


କହୁଥାଏ ଧନୀ ଶୀତର ତାଣ୍ଡବେ ଏହୁ ବର୍ଷ ଭାରି ଶୀତ,

ଗରିବ କୁହେଟି ଶୀତ ଋତୁ ଭଲ

ରହିଥାଉ ନିତ୍ୟେ ଶୀତ।


ଶୀତକାଳେ ହୁଏ ରୋଜଗାରବେଶୀ କର୍ମପ୍ରତି ରୁହେମନ,

ନାମ ଗାଉ ଥାଏ ପ୍ରଭୁ ଜଗନ୍ନାଥେ

ବ୍ୟତୀତ ହୁଏଟି ଦିନ।


କର୍ମଯୋଗୀ ହୋଇ କର୍ମ କରୁଥାଏ ରାଷ୍ଟ୍ରର ନିର୍ମାଣ ପାଇଁ,

ସତ୍ୟ ନ୍ୟାୟ ପଥେ ପଥଗାମୀ ସେହୁ

ଚିନ୍ତା ମାତ୍ର କର୍ମ ପାଇଁ।


ସମ୍ପନ୍ନର ଚିନ୍ତା ମାତ୍ର ଧନ ପାଇଁ ଧର୍ମ କାର୍ଯ୍ୟେ ନାହିଁ ମନ,

ନାହିଁ ଭକ୍ତି ତାର ଜଗନ୍ନାଥ ପ୍ରତି

ନିଦ୍ରାରେ ବ୍ୟତୀତ ଦିନ।


ସବୁ ଶୀତ ପରା ସମ୍ପନ୍ନର ପାଇଁ ନାହିଁ ଚିନ୍ତା ଗରିବର,

ଗରିବର ପାଇଁ ଚିନ୍ତାଟି କର୍ମର

କର୍ମ କରେ ନିରନ୍ତର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract