Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଦରଦୀ ବଂଧୁ

ଦରଦୀ ବଂଧୁ

1 min
238



ଦ-


ଦୟାନିଧି ନାମ ବହି ବସିଅଛ

ଦରଦୀ ବନ୍ଧୁ ମୋହର ।

ରଖିଛ ସଭିଙ୍କୁ ରଖିବ ସର୍ବଦା

ଏ ଅଳି ତୁମ ପାଶର ।


ର-


ରଖିବ କି ଅବା ନରଖିବ ବୋଲି

ମନରେ ଭାବୁଛି କିଏ ।

ଦରଦୀ ବନ୍ଧୁ ମୋ ସଭିଙ୍କ ରକ୍ଷକ

ଏକଥାଟି ଭୁଲିଯାଏ ।


ଦୀ-


ଦୀନ ଅକିଞ୍ଚନ ଅଧିକ ନିଜର

ମୋର ଦରଦୀ ବନ୍ଧୁର ।

ସଭିଙ୍କ ଭିତରେ ରହିଛି ସେ ନିଜେ

ସଭିଏଁ ତାର ନିଜର ।


ବଂ-


ବଂଧୁ ଭଳି ବନ୍ଧୁ ମୋ ଦରଦୀ ବନ୍ଧୁ

ତା ସମ ବନ୍ଧୁଟେ କାହିଁ ।

ଜୀବନ ସଞ୍ଜରେ ଉପଗତ ହେଲି

କେବେ କାହିଁ ଦେଖିନାହିଁ ।


ଧୁ-


ଧୁରନ୍ଧର ସବୁଥିରେ ମୋ ଦରଦୀ

ବନ୍ଧୁ ମୋ ପାଶେ ଅଛନ୍ତି ।

ସବୁ ସମର୍ପିଛି ତାଙ୍କ ଶ୍ରୀପୟରେ

ନାହିଁ ମୋର ଭବ ଭୀତି ।


Rate this content
Log in

Similar oriya poem from Abstract