STORYMIRROR

Bijoy Jena

Abstract Others

3  

Bijoy Jena

Abstract Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
160

 

ସରି ସରି ଆସେ କାର୍ତ୍ତିକ ବ୍ରତ ଯେ

   କାର୍ତ୍ତିକ ପୂର୍ଣ୍ଣିମା ଦିନ

ପୂର୍ବ ପ୍ରସ୍ତୁତିରେ କଦଳୀ ପଟୁଆ 

   ରହିଛି ହେବ ଭସାଣ।

ସାଧବ ପୁଅର ବୋଇତ ବନ୍ଦାଣ

  ସାଧବାଣୀ ମାନେ ମେଳି

ମେଲାଣି ଦିଅନ୍ତି ବାଣିଜ୍ୟ ପାଇଁକି

   ଆକାମାବୈ ସ୍ଵର ତୋଳି।

ଧରମ ମାସର କେତେ ପୁଣ୍ୟ ବ୍ରତ

    କରିଥାନ୍ତି ହବିଷ୍ୟାଳି

ସାରା ଓଡ଼ିଶାରେ ଆହାକି ସୁନ୍ଦର

    ଶ୍ରୀକ୍ଷେତ୍ର ହୁଏ ଗହଳି।

ସେଇଥି ପାଇଁକି ପ୍ରଭୁ ଜଗନ୍ନାଥ

   ଭକତ ଭାବରେ ଭୋଳା

କଳ୍କୀ ଅବତାର ଭୁଲିତ ଗଲେଣି

  ନାମ ସଂକୀର୍ତ୍ତନ ଖୋଲା।

ବରଷ ବରଷ ଚାଲିଛି ଏ ବ୍ରତ

   ପୁଣ୍ୟ କାର୍ତ୍ତିକ ମାସ

ମହୋଦଧି ତଟ ସୂଚାଇ ଦେଉଛି

  ଧନ୍ୟ ମୋ ଉତ୍କଳ ବାସ।

ଚିଲିକାରେ ଏବେ ବୋଇତ ବନ୍ଦାଣ

   ପାରାଦ୍ଵୀପ ମୁକ ସାକ୍ଷୀ 

କାର୍ତ୍ତିକ ପୂର୍ଣ୍ଣିମା ଭାରି ଭାରି ପଡେ

    ସବୁଠାରେ ଚିହ୍ନ ରଖି।

ସାରା ଭାରତରେ ଶ୍ରେଷ୍ଠ ମୋ ରାଇଜ

     କାର୍ତ୍ତିକ ମାସ ପରବ

ଜଗନ୍ନାଥ ଆମ ଜାତିର ଦେବତା

    ନାହିଁ ଆମ ମଦ ଗର୍ବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract