STORYMIRROR

Geetanjali Prusty

Abstract

4  

Geetanjali Prusty

Abstract

ଦିବ୍ୟାମୃତ

ଦିବ୍ୟାମୃତ

1 min
879


ହୃଦୟ ମନ୍ଦିରେ କନକ ବେଦୀରେ

ବାଇଶି ପାବଛ ଡେଇଁ

ଆସ ପ୍ରଭୁ ବାରେ ଭକ୍ତି ସବାରୀରେ

ଆଶିଷ ଆଞ୍ଜୁଳା ନେଇ ll


ମନ ବଡ଼ଦାଣ୍ଡେ ଦେଖା ଦିଅ ଦଣ୍ଡେ

ଅନୁପମ କାହ୍ନା ବେଶେ

ତଵ ସ୍ପର୍ଶ ରେଣୁ ଭରି ଯିବ ତନୁ

ଅପୂର୍ଵ ମାଦକ ଦୃଶ୍ୟେ ll


ଉପମା ତୁମର ତୁମ ବଂଶୀ ସ୍ୱର

ଆର୍ଦ୍ର କରୁ ପ୍ରତି କ୍ଷଣେ

ପ୍ରକୃତି ପୁରୁଷ ହେଉ ସମାବେଶ

ଭକ୍ତି ସୁଧା ବୃନ୍ଦାବନେ ll


ନଥିବ ଯେଉଁଠି ମିଛ ମାୟା ଗଣ୍ଠି

ମାନବିକ ବିଶ୍ଲେଷଣ

ପଡ଼ୁ ପୂର୍ଣ୍ଣଛେଦ ନହେଉ ଦୁର୍ଭେଦ୍ୟ

ତଵ ଚିନ୍ତା ଅମଳିନ ll


ପ୍ରୀତି ପୀୟୂଷରେ ତୁମ ଭକ୍ତି ନୀରେ

ପ୍ରସ୍ଫୁଟିତ ହେଉ ଧରା

ଚତୁର୍ଦ୍ଧା ମୂରତୀ ଦିଅହେ ବିରତି

ସାଂସାରିକ ପରମ୍ପରା ll


ମହାବାହୁ ତୁମେ ରଖ ତୁମ ପ୍ରେମେ

ଅହଃର୍ନିଶୀ ଅବିଶ୍ରାନ୍ତେ

ମୋହ ରଣାଙ୍ଗନେ ମାନସ ଅଙ୍ଗନେ

ଭାବ ଭକ୍ତି ଭରା ପଥେ ll


ହାତ ଧରି ମୋର ନିଅହେ ଈଶ୍ୱର

ସତ୍ୟ ଧର୍ମ ସଂହତିରେ

ଛାଡ଼ି ଅହଂକାର ଧରି ଓଁକାର

ଦିବ୍ୟାମୃତ ଚିନ୍ତନରେ ll 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract