STORYMIRROR

Geetanjali Prusty

Action

3  

Geetanjali Prusty

Action

ମୁଁ ନାରୀଟିଏ

ମୁଁ ନାରୀଟିଏ

1 min
17


ମୁଁ କୋଟି ହୃଦୟର ବିଶ୍ୱାସ

ସକଳ ପ୍ରାଣର ପ୍ରଶ୍ୱାସ

ମୁଁ ଯେ ନାରୀଟିଏ

ସରଗ ରାଇଜ ପରୀଟିଏ

ପରକୁ ଆପଣା ସଜାଇବା ପାଇଁ

ଆତ୍ମବିଶ୍ୱାସର ତରୀଟିଏ ll


ମୁଁ ଯେ ଶୁଭ୍ର ତଟିନୀ ବାରିଧାରା

ଯୁଗ ଯୁଗାନ୍ତର ପରମ୍ପରା

ଫୁଲଠୁ କୋମଳ ଲୁହାଠୁ କଠିନ

ପ୍ରୀତିଭରା ସୁଧା ଚନ୍ଦନ ll


ମୁଁ ଯେ ମୁକ୍ତ ପ୍ରଶସ୍ତ ବାତାୟନ

ସେଵା ଧର୍ମର ରୂପାୟନ

ତ୍ୟାଗର ପ୍ରତୀକ ସମାଜ ରକ୍ଷକ

ଜନନୀ ମୁଁ ସ୍ନେହ ସିନ୍ଧୁକ ll


ମୁଁ ନୁହେଁ କେବେ ଅଭିଶାପ

ବଢିଛି ମୋ ସୀମା ପରିମାପ

ମୁଁ ଯେ ବିଶ୍ୱ ବନ୍ଦନୀୟା ଛବିଟିଏ

ସମାଜ ସଂସ୍କାର ବାର୍ତ୍ତା ଦେଉଥିବା

ଆତ୍ମ ଚେତନ କବିଟିଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action