Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Action Inspirational

3  

PRABINA KU, KHADANGA

Action Inspirational

ବୁଲୁଛି ବାହାରେ କରୋନା

ବୁଲୁଛି ବାହାରେ କରୋନା

1 min
265


ମହାମାରୀ ରୂପେ ମାଡ଼ି ଆସୁଅଛି

ବୁଲୁଛି ବାହାରେ କରୋନା

ନିଜର ସ୍ବାସ୍ଥ୍ୟ ନିଜର ଦାୟିତ୍ୱ

ସତର୍କ ରହିବାକୁ ସଭିଙ୍କୁ ସୂଚନା ।

ବୁଲୁଛି ବାହାରେ କରୋନା ।।

ବାହାଦୁର ମାରି ସାହସ ଦେଖାଇ

ତୁମେ ଆଉ ବାହାରେ ବୁଲନା

ଘରୁ ବାହାରି ନିଜ ପରିବାର ସହିତ

ଅନ୍ୟାୟ ଜମାରୁ କରନା ।

ବୁଲୁଛି ବାହାରେ କରୋନା ।।

ନିଜ ଘରକୁ ସାଙ୍ଗସାଥୀ

ଆତ୍ମୀୟ ସୋଦର କାହାରିକୁ ଜମା ଡାକନା

ନିୟମକୁ ଠକି ଜୀବନ ଦେବାକୁ

ଖୋଜନାହିଁ ତୁମେ ବାହାନା ।

ବୁଲୁଛି ବାହାରେ କରୋନା ।।

ହାତକୁ ଧୋଇବା ଗରମ ପାଣିକୁ

ପିଇବା ସେଥିରେ ଅବହେଳା କରନା

ଅମାନ୍ୟ କରିଲେ ଜୀବନ ତ ଯିବ

ହେବ ପୁଣି ନିଜେ ଛାନିଆ ।

ବୁଲୁଛି ବାହାରେ କରୋନା ।।

କଥା ହେବା ଯଦି ଗୋଟେ ମିଟରରୁ ଦୂରେ

ପାଖକୁ ଜମାରୁ ଯାଅନା ପାଖକୁ ଯାଇକି

ଚାଲିବା ଶଗଡ଼ରେ ହାତକୁ ଖଣ୍ଡିଆ କରନା ।

ବୁଲୁଛି ବାହାରେ କରୋନା ।।

କାସିବା ଛିଙ୍କିବା ବେଳେ ମୁଁହକୁ

ଘୋଡାଇ ମାସ୍କ୍ ବ୍ୟବହାରକୁ ଡରନା

ଥଣ୍ଡା କାଶ ଜର ନିମୋନିଆ ହେଲେ

ନିଜକୁ ଦୂରେଇ ଟିକିଏ ରୁହନା ।

ବୁଲୁଛି ବାହାରେ କରୋନା ।।

ଜନତା କର୍ଫୁକୁ ସମ୍ମାନ ଦେଇ 

ଘରେ ରହିବା ସଭିଙ୍କ କାମନା

ଦୂରେ ଚାଲିଯିବ ମହାମାରୀ ରୋଗ

ଧୂଳିରେ ମିଶିବ କରୋନା ।

ଆଉ ରୋଗକୁ ପ୍ରତିରୋଧ ପାଇଁ ଡରନା ,

ବୁଲୁଛି ବାହାରେ କରୋନା ।।


Rate this content
Log in

Similar oriya poem from Action