STORYMIRROR

PRABINA KU, KHADANGA

Abstract

3  

PRABINA KU, KHADANGA

Abstract

ଉଡୁଛି ତ୍ରିରଙ୍ଗା

ଉଡୁଛି ତ୍ରିରଙ୍ଗା

1 min
118

ସ୍ୱାଧୀନ ଦେଶରେ ଉଡୁଛି ତ୍ରିରଙ୍ଗା

ଦେଖ ଫର ଫର ହୋଇ

ମୁକ୍ତ ପକ୍ଷୀ ଆଜି ଉଡେ ବହୁଦୂର

ସ୍ଵାଧୀନର ମନ୍ତ୍ର ଗାଇ।


ପତାକାର ନିମ୍ନ ଦେଶର ଇତିହାସ

ପୂର୍ବ ସଂଗ୍ରାମୀଙ୍କ ବଳିଦାନ

ଗୋଲାମୀ ନହୋଇ ଗୁଳି ଦେହେ ସହି

ରଖିଲେ ତ୍ରିରଙ୍ଗା ସମ୍ମାନ ।


ତିନିଶହ ବର୍ଷ କ୍ରୁର ଶାସନ କାଳର

ଦୁଃଖ ଦୁର୍ଦ୍ଦଶାର କଥା

ଲେଖାହେଲା ନୂତନ ଇତିହାସ କାହାଣୀ

ବୀର ଯବାନଙ୍କ ଗାଥା ।


ଅହିଂସା ମନ୍ତ୍ରରେ ଆମେ ଦୀକ୍ଷିତ ସମସ୍ତେ

ଏକତା ସୂତ୍ରରେ ବନ୍ଧା

ଶାନ୍ତି ମୈତ୍ରୀ ଐକ୍ୟ ଭାବ ଭରି ମନେ

କରିବା ଭାରତ ମାତାର ରକ୍ଷା ।


ସର୍ବ ଧର୍ମ ସମନ୍ୱୟ ଭାଇଚାରା ଭାବ

ଯେଉଁ ଦେଶେ ହୋଇଛି ଗଢା

ସେହି ମୋ ପୁଣ୍ୟ ଭାରତ ବର୍ଷ ଯେ

ନାହିଁ ତୁଳନାର ଧାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract